Homeଆନ୍ତର୍ଜାତୀୟନିପାହ ଭାଇରସ୍ ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶାବଳୀ, କିପରି ଭାଇରସ୍ ସଂକ୍ରମଣରୁ ଦୂରରେ ରହିବେ ନିପାହ ଭାଇରସ୍ ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶାବଳୀ, କିପରି ଭାଇରସ୍ ସଂକ୍ରମଣରୁ ଦୂରରେ ରହିବେ Santosh Rout | May 25, 2018 | Spread the love7 7Shares ନୂଆଦିଲ୍ଲୀ (ସନ୍ଧାନ ନିୟୁଜ୍) କେରଳରୁ କର୍ଣ୍ଣାଟକ ଏବଂ ହିମାଞ୍ଚଳ ପ୍ରଦେଶ ପରି ଅନ୍ୟ ରାଜ୍ୟଗୁଡ଼ିକରେ ନିପାହ ଭାଇରସ୍ ପ୍ରସାରିତ ହେବାଫଳରେ କେନ୍ଦ୍ର ସରକାରଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଉଠାଯାଉଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସାଧାରଣଲୋକ ଏବଂ ସ୍ଵାସ୍ଥ୍ୟ ସେବା କର୍ମିଚାରୀମାନଙ୍କ ପାଇଁ ଗୁରୁବାର ରାତିରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀରେ ଏହା କୁହାଯାଇଛିକି ବିପଦ ଥିବା ଅଞ୍ଚଳରେ କ’ଣ କ’ଣ ପଦକ୍ଷେପ ଉଠାଇବା ଆବଶ୍ୟକ ଏବଂ ଏହା ସହିତ ହିଁ ଏହା ସୂଚନା ଦିଆଯାଇଛି କି ଏହି ରୋଗ କିପରି ଫେଲିଥାଏ ଏବଂ ତା’ କ’ଣ ଲକ୍ଷଣ ହୋଇଥାଏ। ମନ୍ତ୍ରଣାଳୟ ସାଥାରଣଲୋକମାନଙ୍କୁ, ତାଳ କିମ୍ବା ପୂର୍ବରୁ ଭୂମିରେ ପଡ଼ିରହିଥିବା ଅଇଁଠା ଫଳର ସେବନ ନ କରିବାକୁ କହିଛନ୍ତି ଏବଂ ଏହାବ୍ୟତୀତ ବ୍ୟବହାର କରାଯାଉନଥିବା କୂଅରୁ ବ୍ୟବହାର ନକରିବା ସହିତ କେବଳ ତାଜା ଫଳ ଖାଇବାକୁ ଉପଦେଶ ଦେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ କୁହାଯାଇଛି କି ରୋଗର କାରଣରୁ ମୃତ ଲୋକମାନଙ୍କରର ଶବର ଅନ୍ତିମ ସଂସ୍କାର ସରକାରୀ ପରାମର୍ଶ ଅନୁସାରେ କରିବା ଆବଶ୍ୟକ ଏବଂ ଏହି ଭାବୁକ କ୍ଷଣ ସମୟରେ ରୋଗ ପରିବାରର ସଦସ୍ୟମାନଙ୍କୁ ସଂକ୍ରମିତ ହେବାରୁ ରୋକିବା ପାଇଁ ବିଧି-ବିଧାନରେ ପରିବର୍ତ୍ତନ କରିବା ଆବଶ୍ୟକ। ଏହି ନିର୍ଦ୍ଦେଶାବଳୀରେ ସୂଚନା ଦିଆଯାଇଛି କି ବାଦୁଡ଼ି, ଘୁଷୁରୀ, କୁକୁର ଏବଂ ଘୋଡ଼ା ପରି ପଶୁମାନଙ୍କରମଧ୍ୟରେ ସଂକ୍ରମିତ ନିପାହ ଭାଇରସ୍ ପଶୁମାନଙ୍କଠାରୁ ମନୁଷ୍ୟମାନଙ୍କ ମଧ୍ୟରେ ସଂକ୍ରମିତ ହୋଇପାରେ ଏବଂ ଏହାଦ୍ୱାରା ମନୁଷ୍ୟକୁ ଗମ୍ଭୀର ରୋଗରେ ମଧ୍ୟ ହୋଇପାରେ। ବାଦୁଡ଼ି ଅଇଁଠା କରିଥିବା ଫଳ ଯେପରିକି ତାଳ, ଆଦି ନଖାଇବାକୁ ସତର୍କ କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀର ମୁତାବକ ଘର କିମ୍ବା ହସ୍ପିଟାଲରେ ଯେଉଁ ବ୍ୟକ୍ତି ନିପାହରେ ପ୍ରଭାବିତ ତା’ ନିକଟ ସଂପର୍କରେ ଆସିଲେ ମଧ୍ୟ ଏହି ରୋଗ ସଂକ୍ରମଣ ହୋଇଥାଏ। ସେଥିପାଇଁ ସୁରକ୍ଷାତ୍ମକ ଉପକରଣର ବ୍ୟବହାର କରିବା ଆବଶ୍ୟକ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସ୍ଵାସ୍ଥ୍ୟ କର୍ମିମାନଙ୍କ ପାଇଁ ଅଲଗା ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଯେଉଁଥିରେ ଉପଦେଶ ଦିଆଯାଇଛିକି କୌଣସି ସଂକ୍ରମିତ ବ୍ୟକ୍ତିର ସଂପର୍କରେ ରହିଥିଲେ ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଆବଶ୍ୟକ। ତା’ ସହିତ ହିଁ ଇଂଜେକ୍ସନ ଏବଂ ଧାରୁଆ ଉପକରଣର କମ ବ୍ୟବହାର କରିବା ଆବଶ୍ୟକ। ଏତି ମଧ୍ୟରେ ହିମାଞ୍ଚଳ ପ୍ରଦେଶରେ ବାଦୁଡ଼ିମାନଙ୍କର ମୃତ୍ୟୁ ଉପରେ କେନ୍ଦ୍ର ସ୍ଵାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ଵିନୀ ଚୌବେ କହିଛନ୍ତିଯେ, ‘ମୃତ ବାଦୁଡ଼ିମାନଙ୍କର ସାମ୍ପୁଲ ଟେଷ୍ଟ କରିବାପାଇଁ ପଠାଯାଇଛି। କେଉଁକାରଣରୁ ସେମାନଙ୍କର ମୃତ୍ୟୁହୋଇଛି ତାହା ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଲ୍ୟାବରୁ ଜାଞ୍ଚ ହୋଇ ରିପୋର୍ଟ ଆସିବା ପୂର୍ବରୁ ଏହା କୁହାଯାଇପାରିବ ନାହିଁ କି ନିପାହ ଭାଇରସ୍ ରେ ବାଦୁଡ଼ି ମାନଙ୍କର ମୃତ୍ୟୁ ହୋଇଛି ବୋଲି। 7Shares Related Posts ଯାଜପୁର ପାଲଟିଛି କରୋନା ଗଡ; ପୁଣି ବାହାରିଲା ୧୪ ପଜେଟିଭି April 30, 2020 | Manas Kumar Rout | ଅଧିକ ପଢନ୍ତୁ ଗୋଟିଏ ଟିସୁ ପେପର ଖୋଲିଦେଲା ହତ୍ୟା ରହସ୍ୟ April 25, 2019 | Sandhan News | ଅଧିକ ପଢନ୍ତୁ କିମ୍ ଜୋଙ୍ଗ୍-ଉନ୍ଙ୍କ ମୁହଁ ପରି ଦିଶୁଥିବା ‘ନ୍ୟୁକ୍ ମାସ୍କ୍’ ବିକି ଅଡୁଆରେ ପଡ଼ିଛି ଦକ୍ଷିଣ କୋରୀୟ ଫେସନ୍ ଫାର୍ମ December 14, 2018 | Santosh Rout | ଅଧିକ ପଢନ୍ତୁ ଉତ୍ତେଜନା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକ: ମାର୍ଚ୍ଚ ୧୪ରେ କରତାରପୁର କରିଡର ଖୋଲିବା ନେଇ ଆଲୋଚନା ହେବ March 6, 2019 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
କିମ୍ ଜୋଙ୍ଗ୍-ଉନ୍ଙ୍କ ମୁହଁ ପରି ଦିଶୁଥିବା ‘ନ୍ୟୁକ୍ ମାସ୍କ୍’ ବିକି ଅଡୁଆରେ ପଡ଼ିଛି ଦକ୍ଷିଣ କୋରୀୟ ଫେସନ୍ ଫାର୍ମ December 14, 2018 | Santosh Rout | ଅଧିକ ପଢନ୍ତୁ
ଉତ୍ତେଜନା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକ: ମାର୍ଚ୍ଚ ୧୪ରେ କରତାରପୁର କରିଡର ଖୋଲିବା ନେଇ ଆଲୋଚନା ହେବ March 6, 2019 | Sandhan News | ଅଧିକ ପଢନ୍ତୁ