ବାଲେଶ୍ୱର, ୧୭/୧/୨୦୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲାରେ ଶୁକ୍ରବାର ଜଣଙ୍କ ଘରୁ ଲୁଟ ହୋଇଛି। ପ୍ରାୟ ଦିନ ୧୧ ଟା ସମୟରେ ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶି ଲୁଟ କରିବା ସହ ଆକ୍ରମଣ କରିଥିଲେ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।