ଓ୍ଵାସିଙ୍ଗଟନ୍ ୧୨/୮(ସନ୍ଧାନ ନିୟୁଜ): ନାସା ସୂର୍ଯ୍ୟଙ୍କ ଅତି ନିକଟକୁ ଯାଇ ରହସ୍ୟ ଖୋଲିବା ନେଇ ପାର୍କର ସୋଲାର ସ୍ପେସକ୍ରାଫ୍ଟକୁ ଲଞ୍ଚ କରିଛି। ନାସାର କ୍ୟାନେଡି ସ୍ପେସ ସେଣ୍ଟରରୁ ଏହାକୁ ଉତ୍କ୍ଷେପଣ କରାଯାଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ଅପରାହ୍ନ ୩ଟା ୩୧ରେ ଏହି ଅତ୍ୟାଧୁନିକ ଯନ୍ତ୍ରକୁ ସୂର୍ଯ୍ୟଙ୍କ ନିକଟକୁ ପଠାଯାଇଛି। ଏହି ସ୍ପେସକ୍ରାଫ୍ଟ ନଭେମ୍ବରରେ ସୂର୍ଯ୍ୟଙ୍କ ନିକଟତର ହେବ ଓ ଅନେକ ତଥ୍ୟ ପଠାଇବ।
ଏହି ଯାନ ସୂର୍ଯ୍ୟଙ୍କ ଅତି ନିକଟକୁ ଯାଇ ତଥ୍ୟ ହାସଲ କରିବ। ଏହି ମିଶନରୁ ସୂର୍ଯ୍ୟକିରଣ ପୃଥିବୀକୁ କେମିତି ଆସୁଛି ତାହା ମଧ୍ୟ ଜଣାପଡ଼ିବ। ନାସା ଏହି ଅଭିଯାନକୁ ‘ଟଚ୍ ଦ ସନ୍’ ନାମ ଦେଇଛି। କାରଣ ହେଉଛି ପ୍ରଥମ ମିଶନ, ଯାହାକି ସୂର୍ଯ୍ୟଙ୍କ ସବୁଠାରୁ ନିକଟକୁ ପହଞ୍ଚିବ।