ନାରାୟଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୋକସଭା

Spread the love

କନ୍ଧମାଳ,୧୩/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ  ହାଟପଦା ସ୍ଥିତ ଶ୍ରୀ ଶ୍ରୀ ମା ନାରାୟଣୀ ଯାତ୍ରା ପରିଚାଳନା କମିଟି ସଭାଗୃହରେ  କୋଭିଡ଼୍‍ ନିୟମ ପ୍ରକାରେ ପରିଚାଳନା କମିଟିର ସଭାପତି ଅଶୋକ ପଟ୍ଟନାୟକଙ୍କ ପୌରହିତ୍ୟରେ ପୁର୍ବତନ ସାଂସଦ ତଥା ଯାତ୍ରା ପରିଚାଳନା କମିଟିର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ସୁଗ୍ରୀବ ସିଂପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗ ଦେଇଥିବା କର୍ମକର୍ତ୍ତାମାନେ ସ୍ୱର୍ଗତ ସୁଗ୍ରିବ ସିଂଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ୍‍ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଯାତ୍ରା କମିଟି ପ୍ରତି ତାଙ୍କର ଅବଦାନ ଓ ସହଯୋଗ ସର୍ବଦା ଆମକୁ ପ୍ରେରଣା ଯୋଗାଇବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଯାତ୍ରା ପରିଚାଳନାରେ ସବୁବେଳେ ପ୍ରମୁଖ ଭୁମିକା ଗ୍ରହଣ କରୁଥିଲେ। ଯାତ୍ରା ପରିଚାଳନାରେ ତାଙ୍କର ଭୂମିକା ଉପରେ ଯୋଗଦେଇଥିବା ବକ୍ତାମାନେ ମତ ପ୍ରକାଶ କରିଥିଲେ।ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି , ଶିବ ପ୍ରସାଦ ତ୍ରିପାଠୀ,ରମେଶ ଚନ୍ଦ୍ର ମହାନ୍ତି, ଅରୁଣ କୁମାର ପଣ୍ଡା , ହରିଶ୍ଚନ୍ଦ୍ର ମହାରଣା , ଆଦିତ୍ୟ ପ୍ରସାଦ ତ୍ରିପାଠୀ , ଅଶୋକ ମହାନ୍ତି , ସୁବାଷ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସିଂଙ୍କ ପୂର୍ବତନ କାଉନସିଲର, ଚେୟାରମ୍ୟାନ ତଥା ସାଂସଦ ଥିବା ସମୟରେ ତାଙ୍କର ଜିଲାପ୍ରତି ଅବଦାନ ଉପରେ ମଧ୍ୟ ମତ ପ୍ରକାଶ କରିଥିଲେ। ପ୍ରକାଶଯେ, ଗତ ଦିନରେ କରୋନା ସଂକ୍ରମିିତ ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଖୁବ କମ୍‍ ସଦସ୍ୟ ମାନଙ୍କ ଉପସ୍ଥିତିରେ ମାସ୍କ ପରିଧାନ ଓ ସାମାଜିକ ଦୁରତା ବଜାୟ ରଖି ତଥା କୋଭିଡ ନିୟମ ପାଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ସଭା ସମାପନ କରାଯାଇଥିଲ।

Attachments area

Related Posts

About The Author

Add Comment