ବାରିପଦା , 03.12.2020 (ଲିଙ୍ଗରାଜ ପଣ୍ଡା): ବାଲେଶ୍ଵର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଶ୍ରମିକଭାବେ କାର୍ଯ୍ୟରତ ଜଣେ ୧୨ବର୍ଷର ନାବାଳିକାକୁ ଗଣବଳାତ୍କାର କରାଯିବା ପରେ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗରେ ପ୍ରେମିକ ସହ ଇଟାଭାଟି ମାଲିକଙ୍କୁ ନୀଳଗିରି ପୁଲିସ ଗିରଫ କରି ବୁଧବାର ରାତିରେ କୋର୍ଟ ଚାଲାଣ କରିଛି। ନୀଳଗିରି ଥାନା ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ଜଡ଼ିବାଲିସ୍ଥିତ ଜୟଦୁର୍ଗା ଇଟାଭାଟିରେ ବାଘମରା ଅଞ୍ଚଳର ଜଣେ ନାବାଳିକା ଏବଂ ତାଙ୍କ ପରିବାର କାମ କରୁଥିଲେ । ସେଠାରେ ଇଟାଭାଟି ମାଲିକ ଏବଂ ତାଙ୍କ ସହଯୋଗୀ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ବିଷ ପିଆଇ ଦେଇଥିବା ନେଇ ନାବାଳିକାର ଦାଦା ନୀଳଗିରି ଥାନାରେ ରିପୋର୍ଟ କରିଥିଲେ । ନାବାଳିକା ଜଣକ ବିଷ ପାନ କରି ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଗତ ସୋମବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବାଲେଶ୍ୱର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ମୃତକର ଦାଦାଙ୍କ ରିପୋର୍ଟକୁ ଭିତ୍ତିକରି ନୀଳଗିରି ଥାନାରେ କେସ ନଂ. ୩୯୫/୨୦, ଦଫା ୩୨୮, ୩୦୨, ୩୭୬ (ଡିଏ) ଆଇପିସି, ୬ପୋଡ଼େ ଆକୃମୂଳେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଜୟଦୁର୍ଗା ଇଟାଭାଟିର ମାଲିକ ଲିକୁ ଓରଫ ଲଳିତ ବେହେରା (୨୭)ଙ୍କୁ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଏବଂ ନାବାଳିକା ପ୍ରେମିକ କୁହାଯାଉଥିବା କୁଡୁମିପାଳ ଅଞ୍ଚଳର ଡ୍ରାଇଭର ଚଗୁଲୁ ଓରଫ ଫକୀର ସିଂ (୨୫) ନୀଳଗିରି ଥାନାରେ ଅଟକ ରଖାଯାଇ ପୁଲିସ ଜେରା କରୁଥିଲା । ସେପଟେ ବାଲେଶ୍ଵର ପୂର୍ବାଞ୍ଚଳ ଆଇଜି ଏବଂ ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଡିଏସପି ମନୋଜ ରାଉତ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ର, ଆଇଆଇସି ପ୍ରଭଞ୍ଜନ ବେହେର ସବଇନ୍ସପେକ୍ଟର ବାସୁଦେବ ଜୟସିଂଙ୍କ ସମେତ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଏବଂ ଶ୍ରୀ ବିଭାଗର ଅଧତ୍କାରୀମାନେ ମଙ୍ଗଳବାର ଓ ବୁଧବାର ଉକ୍ତ ଇଟାଭାଟିକୁ ଯାଇ ତଦ କରିଥିଲେ । ଗୋଟିଏ ପଟରେ ନିଜ କନ୍ୟା ବିଷ ପିଇ ଆତ୍ମହତ୍ୟା କରିଛି ଏବଂ ତାଙ୍କୁ କେ ହତ୍ୟା କରିନାହାଁନ୍ତି ବୋଲି ମୃତକଙ୍କ ମା’ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେ ଅଭିଯୋଗକାରୀ ତଥା ମୃତକର ଦାଦା ଏହାକୁ ଗଣଦୁଷ୍କର୍ମ ପରେ ଯୋଜନାବଦ୍ଧଭାବେ ବି ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପ୍ରେମସମ୍ପର୍କ ଥାଇ ବଳାତ୍କା କରିବା ପରେ ଯୁବତୀଙ୍କ ଜୀବନ ଯିବା ଘଟଣାରେ ପ୍ରେମିକ ତଥା ଡ୍ରାଇଭର ଫକୀର ସିଂ ଗିରଫ କରାଯାଇଥିବା ବେଳେ ଏସବୁ ଘଟଣା ଜ୍ଞାତରେ ଥିବା ସର୍ ଇଟାଭାଟି ମାଳି ଲଳିତ ବେହେରା ପୀଡ଼ିତାଙ୍କ ପରିବାରକୁ ଜଣାଇନଥିବାରୁ ନାବାଳିକାର ଜୀବନ ଯାଇଥିବା ଯୋଗୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ବୁଧବାର ରାତି ୯ଟା ସମୟରେ ଉଭୟ ଅଭିଯୁକ୍ତ କୋର୍ଟଚାଲାଣ କରାଯାଇଛି।