ନାବାଳିକା ବଳାତ୍କାରୀ ୨୦ ବର୍ଷ ଜେଲ୍‌ ଗଲା

Spread the love

ଯାଜପୁର, : ୧୦/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ ଦଣ୍ଡ କୋର୍ଟ ଶୁଣାଇଥିବା ବେଳେ ଏଠାରେ ସୂଚନା ଯୋଗ୍ୟ ଯେ ଜଣେ ନାବାଳିକାକୁ ଘରୁ ଅପହରଣ କରି ନେଇ ବଳାତ୍କାର କରିଥିବା ବେଳେ ଏ ନେଇ ବଳାତ୍କାର କରିଥିବା ଅଭିଯୋଗରେ ପୋସ୍କୋ କୋର୍ଟର ଜଜ୍‌ ଚୁଡାନ୍ତ ଶୁଣାଇଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ  ଦଣ୍ତ ସହିତ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଦିଆଯାଇଛି ଜୋରିମାନା ନ ଦେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗବା ସହିତ ପୋସ୍କୋ କୋର୍ଟ ରାୟରେ ଶୁଣାଯାଇଛି । ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ରାମପାଟଣା ଗ୍ରାମ ର ବିଜୟ ମୁଣ୍ଡା ପୁଅ ସଂଗ୍ରାମ ମୁଣ୍ଡା ବୋଲି ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ କଳିଙ୍ଗ ନଗର ଥାନା ଅଞ୍ଚଳ ନାବାଳିକା (୧୫)କୁ ୨୦୨୫ ସେପ୍ଟେମ୍ବର ୧୫ ତାରିଖରେ ଫୁସୁଲା ଫୁସୁଲି କରି ସଂଗ୍ରାମ ନେଇ ନିଜ ଘରେ ରଖିଥିଲା । ବାହା ହେବାର ମିଛ ପ୍ରତିଶୃତି ଦେଇ ତା ସହିତ ଶାରୀରିକ ସଂପର୍କ ରଖିଥିଲା । ଝିଅ ର ନିଖୋଜ ସଂପର୍କରେ ଝିଅ ର ବାପା କଳିଙ୍ଗ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି କଳିଙ୍ଗ ନଗର ପୋଲିସ୍ ଥାନାରେ କେସ୍‌ନଂ ୩୪୦/୨୦୨୫ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ଏହା ପରେ ପୋଲିସ୍ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସଂଗ୍ରାମକୁ ଯାଜପୁର ପେସ୍କୋ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ମାମଲାରେ ଅଭିଳାସ ସେନାପତି ୨୧ ଜଣ ଶାଖୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସଂଗ୍ରାମ ମୁଣ୍ଡକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇବା ସହିତ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ । ଜୋରି ମାନା ନ ଦେଲେ ସଂଗ୍ରାମ ଆଉ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗବା ସହିତ ସଂପୃକ୍ତ ନାବାଳିକା ୮ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ୍‌ ପ୍ରାଧିକରଣ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲା ଆଡଭୋକେଟ୍‌ ଶ୍ରିନିବାସ ସାହୁ ପରିଚାଳନା କରୁଥିଲେ ।

Related Posts

About The Author

Add Comment