ନାବାଳିକା ନିଖୋଜ ମାମଲାକୁ ୨ମାସ ପୂରିଲାଣି ଶେଷରେ ବାପା ହେଲେ ଉପଜିଲ୍ଲାପାଳ ଓ ଏସପି ଦ୍ବାରସ୍ଥ

Spread the love

ନୀଳଗିରି, ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ନୀଳଗିରି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହେବାର ୨ ମାସ ପୂରିବ । ଝିଅକୁ ଖୋଜି ଆଣିବା ପାଇଁ ବାପା-ମାନୀଳଗିରି ଥାନାର ଦ୍ବାରସ୍ଥ ହେଲେ । ମାତ୍ର ପୁଲିସ୍ କିଛି ବୁଝୁ ନଥିବା ଅଭିଯୋଗ ହୋଇଛି । ଶେଷରେ ନ୍ୟାୟ ପାଇ ନୀଳଗିରି ଉପଜିଲ୍ଲାପାଳ, ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ; ନୀଳଗିରି ଥାନା‌ ଅଧୀନ ବେଗୁନିଆ ଗ୍ରାମର ପ୍ରଭାକର ଜେନାଙ୍କ ନାବାଳିକା କନ୍ୟା ଗତ ତା୧୮.୧୧.୨୦୨୦ରିଖରେ‌ ଅପହରଣ ହୋଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରାଯାଇଥିଲା । ବାଲେଶ୍ଵର ଶିଞ୍ଚଳ ଥାନା ଅଧୀନ ସୋମନାଥପୁର ଅଞ୍ଚଳର ଶିବ ସିଂ, ବିଶ୍ଵନାଥ ସିଂ, ଦିପୁ ସିଂ, ବାବୁରାମ ସିଂ, ବାଙ୍ଗିରି ସିଂ ଏଥିରେ ସାମିଲ ଥିବା ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା । ଉକ୍ତ ଘଟଣାକୁ କେଇଟା ଦିନ ପରେ ୨ମାସ ପୂରିବ । ବାରମ୍ବାର ଥାନାକୁ ଗଲେ ପୁଲିସ ପ୍ରତିଶୃତି ଦିଏ ଖୋଜା ଚାଲିଛି । ପୁଣି ଆଉ କେତେବେଳେ ଥାନାକୁ ଗଲେ କୁହାଯାଏ ଯେ ତମେ ନଜର ରଖ । ଗୋଟିଏ ପଟେ ଅଭିଯୁକ୍ତମାନେ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଉଥିବା ବେଳେ ଥାନାକୁ ଯାଇ ନ୍ୟାୟ ମାଗିବା ବେଳକୁ ପୁଲିସ ପରିହାସ କରୁଛି। ଏଥିରେ ଅତିଷ୍ଠ ହୋଇ ସୋମବାର ନାବାଳିକାର ବାପା ନୀଳଗିରି ଉପଜିଲ୍ଲାପାଳ, ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ମତାମତ ନେବାରୁ ସେ କହିଲେ ଯେ ଜଣେ ଅଧୁକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବା ସହ ନାବାଳିକାକୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ।

Related Posts

About The Author

Add Comment