ନାବାଳିକା ଦୁଷ୍କର୍ମ ମାମଲା ; ଜାମିନ ଶୁଣାଣି ପୂର୍ବରୁ ପୀଡିତାଙ୍କୁ ହେବ ନୋଟିସ୍

Spread the love

ବାରିପଦା ୨୩/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିୟମିତ ଜାମିଜ ଆବେଦନ ଶୁଣାଣି ପୁର୍ବରୁ ପୀଡିତା ଅଥବା ଏତଲାକାରୀଙ୍କୁ ନୋଟିସ କରାଯିବ । ଯାହା ଫଳରେ ଏସଂପର୍କିତ ଜାମିନ ଆବେଦନ ଶୁଣାଣି ସମୟରେ ପୀଡିତା , ଏତଲାକାରୀ ଅଥବା ତାଙ୍କ ପକ୍ଷରୁ କୌଣସି ବ୍ୟକ୍ତି ଉପସ୍ଥିତ ରହି ପକ୍ଷ ରଖି ପାରିବେ । ଜାମିନ ଆବେଦନର ଶୁଣାଣି ପୂର୍ବରୁ ପୀଡିତା ଅଥବା ଏତଲାକାରୀଙ୍କୁ ଯେଭଳି ଏ ସଂକ୍ରାନ୍ତରେ ନିଶ୍ଚିତ ସୂଚନା ମକ୍ଟମକ୍ଟବ, ସେ ସଂପର୍କରେ ସମସ୍ତ ନିମ୍ନ ଅଦାଲତକୁ ପ୍ରାକ୍ଟିସ ଡାଇରେକ୍ସନ୍ ବା ବିଜ୍ଞାପ୍ତି ଜାରି କରିବାକୁ ହାଇକୋର୍ଟ ରେଜଷ୍ଟ୍ରାରଙ୍କୁ ନିଦେ୍ଦର୍ଶ ଦିଆଯାଇଡଛି । ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପ୍ଥଙ୍ଖ ନାବାଳିକା ଦୁଷ୍କର୍ମ ସଂପର୍କିତ ମାମଲାରେ ଦାୟର ନିୟମିତ ଜାମିନ ଆବେଦନ ଶୁଣାଣି କରି ଏପରି ନିଦେ୍ର୍ଦଶ ଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି ଯେ, କ୍ରିମିନାଲ ଆକ୍ଟ ୨୦୧୮ ଅନୁସାରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାରେ ଅଭିଯୁକ୍ତର ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ପୀଡିତା ଅଥବା ଅଭିଯୋଗକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ ଏହା ଆଇନର ମୌଳିକ ଆବଶ୍ୟକତା ଓ ଏପରି ବ୍ୟବସ୍ଥାକୁ ଅଣଦେଖା କରାଯାଇ ପାରିବନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ସିଆର୍ଏଲ୍.ଏମ୍.ସେି ନଂ.୧୪୭୪/୨୦୨୦ ଓ ସିଆର୍ଏଲ୍.ଏମ୍.ଏ ନଂ ୬୩୩୦/୨୦୨୦,୬୭୦୫/୨୦୨୦ରେ ଜୁନ୍ ୫ରେ ପ୍ରଦାନ କରିଥିବା ଏ ସଂପର୍କିତ ରାୟ ପ୍ରସଂଗରେ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ।
୨୦୧୯ରେ କାଶୀନଗର ଥାନା ରେ ରୁଜୁ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାରେ ଗିରଫ ଆବେଦନକାରୀଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ହାଇକୋର୍ଟଙ୍କ ଖଣ୍ଡପୀଠ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ଦେଇଛନ୍ତି । ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ୍ ତଥା ସ୍ପେଶାଲ ଜଜ୍ ଖାରଜ କରିବା ପରେ ଗିରଫ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମେ ଆଇପିସିର ଦଫା ୩୬୩ରେ ପୋଲିସ ମାମଲା ରୁଜୁ କରିଥିଲା । ପରବର୍ତି ସମୟରେ ହସ୍ତଗତ ତଥ୍ୟ ପ୍ରମାଣ ଅନୁସାରେ ଆଇପିସିର ଦଫା ୩୭୬(୨) (ଏନ୍)(୩)ଓ ପୋକ୍ସୋ ଆଇନର ଧାରା ୬କୁ ମାମଲା ପରିବର୍ତିତ ହୋଇଥିଲା । ହାଇକୋର୍ଟ ରେ ନିୟମିତ ଜାମିନ୍ ଆବେଦନର ଶୁଣାଣି ସମୟରେ ଖଣ୍ଡପୀଠ ପୀଡିତା ।ଥବା ଅଭିଯୋଗକାରୀଙ୍କୁ ନୋଟିସ୍ ଜାରି କରିବାକୁ ଚାହିଁଥିବାବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅ୍ଧବନଜୀବୀ ଦର୍ଶାଇଥରଲେ ଯେ,ଏଭଳି ନୋଟିସ ଜାରି କରାଯିବା ଆବଶ୍ୟକ ନହେଁ । ଏହାପରେ ଖଣ୍ଡପୀଠ କ୍ରିମିନାଲ ଆକ୍ଟ ୨୦୧୮ରେ ଥିବା ବ୍ୟବସ୍ଥାକୁ ବିଚାରକୁ ନେଇ ଉପରୋକ୍ତ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି ।

Related Posts

About The Author

Add Comment