ବାରିପଦା, ୩୧/୧(ସନ୍ଧାନ ନିୟୁଜ) ମୟୁରଭଞ୍ଜଜିଲ୍ଲାରେ ପୁଣି ଶିକ୍ଷକ ସମାଜ ପାଇଁ କଳଙ୍କ ସାଜିଲେ ପ୍ରଧାନ ଶିକ୍ଷକ। ପାଠ ପଢ଼ାଇବା ଆଢୁଆଳରେ ଅସଦାଚରଣ କଲେ ପ୍ରଧାନ ଶିକ୍ଷକ। ବିଶ୍ବାସ ଭାଙ୍ଗିଲେ ଅଭିଭାବକ ଓ ସରଳ, ନିରୀହ ଛାତ୍ରୀଙ୍କ। ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲ ପରିସରରେ ଛାତ୍ରୀଙ୍କୁ ଅସଦାଚରଣ କରି ହାତକୁ ନେଲେ ଆଇନ। ଘଟଣାକୁ ନେଇ ସ୍କୁଲ ପରିସରରେ ଲାଗିରହିଛି ଉତ୍ତେଜନାମୁଳକ ପରିସ୍ଥିତି। ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ମଧ୍ୟ ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବା ଅଭିଭାବକ ଓ ଗ୍ରାମବାସୀଙ୍କୁ ଅଧିକ ଉତ୍ତେଜିତ କରିଥିବା ଦେଖିବାକୁ ମିଳିଛି। ତେବେ ଘଟଣାକୁ ୩ଦିନ ହୋଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ୍। ଯାହାକୁନେଇ ବିବାଦୀୟ ମୋଡ଼ ନେଇଛି ଏହି ସ୍ପର୍ଶକାତର ଘଟଣା।
ତେବେ ଏଭଳି ସ୍ପର୍ଶକାତର,ସମ୍ବେଦନଶୀଳ ତଥା ନିନ୍ଦନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଗଡ଼ିଆ ପଞ୍ଚାୟତ ଅଧିନ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଘଟିଛି। ଏହି ସ୍କୁଲର ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୩ ଜଣ ନାବାଳିକା ଛାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି। ଏଘଟଣା ନେଇ ପରେ ପିଡ଼ିତା ଛାତ୍ରୀମାନେ କାନ୍ଦିକାନ୍ଦି ତାଙ୍କର ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକ ମାନେ ଏନେଇ ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟ ମାନଙ୍କୁ ଜଣାଇ ନ୍ୟାୟ ପାଇଁ ଦାବି କରିଥିଲେ। ଅନ୍ୟପଟେ ସରଳ ନିଷ୍ପାପ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗଦେଵ ଟିପିରିଆ ସ୍କୁଲ ନ ଆସି ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲ ନ ଆସି ଅନ୍ୟଜଣେ ଶିକ୍ଷୟତ୍ରୀଙ୍କୁ ଫୋନରେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଘଟଣାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେବାରୁ ଅଭିଭାବକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରେ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗ ଦେବ ଟିପିରିଆ ଏକ ବୋଲେରରେ ପରିବାର ସହ ସ୍କୁଲ ପରିସରରେ ପହଞ୍ଚିବାରୁ ଉତ୍ତେଜିତ ଅବସ୍ଥାରେ ଥିବା ଗ୍ରାମବାସୀ ତାଙ୍କୁ ଠେଲାପେଲା କରିବା ଭଳି ଅବସ୍ଥା ସୃଷ୍ଟି କରିଥିଲା। ଘଟଣାକୁ ନେଇ ଉତ୍ତେଜନା ତୀବ୍ରରୂପ ନେଇଥିବା ଦେଖିବାକୁ ମିଳିଛି। ଏମିତିକି ଅସଦାଚରଣକାରୀ ପ୍ରଧାନଶିକ୍ଷକ ଅନଙ୍ଗ ଦେବ ଟିପିରିଆଙ୍କ ମୁଣ୍ଡ ବାଳକୁ ରାମ୍ପି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
Report S baraj