ଚାନ୍ଦବାଲି, ୧୧/୧୦/୨୦ (ସନ୍ଧାନ ନିଉଜ) : ପ୍ରଶାନ୍ତ ବାରିକ୍) ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ରେ ବହୁ ଦିନ ପରେ ବିଜେଡ଼ି କୁ ଶକ୍ତ ଧକ୍କା ଲାଗିଛି ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ବହୁଦିନ ଧରି ନାନ୍ଦପୁର ପଞ୍ଚାୟତ କୋଇଲେଖା ଓ ଅନ୍ୟ କେତେକ ଗ୍ରାମରେ ବିଜେଡ଼ି ର ଆଗଧଡ଼ି ରେ କେତେକ କର୍ମୀ ବିଜେଡ଼ି କୁ ବହୁଦିନ ଧରି ଜାବୁଡ଼ି ଧରି ବାରେ ଆଜି ଅନ୍ତ ଘଟିଥିବା ଦେଖିବାକୁ ମିଳିଛି। ରବିବାର ଦିନ କୋଇଲେଖା ଗ୍ରାମରେ କୋଡ଼ିଏ ପରିବାର ବିଜେପି ରେ ମିଶି ଛନ୍ତି। ବିଜେଡି କୁ ମଧ୍ୟ ଛାଡ଼ି ବାରେ କେତେକ କାରଣ ଦର୍ଶାଇଛନ୍ତି। ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ନାନ୍ଦପୁର ପଞ୍ଚାୟତ ରେ ବିଜେଡ଼ି ର କାରୁକାର୍ଯ୍ୟ କୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ବିଶେଷ କରି ବିଭିନ୍ନ ଟାଣୁଆ ନେତାଙ୍କ ବ୍ଯବହାର ରେ ଅତିଷ୍ଠ ହୋଇ କର୍ମୀମାନେ ଆଜି ଦଳ ପରିତ୍ୟାଗ କରିଛନ୍ତି ବୋଲି ଦର୍ଶାଇ ଛନ୍ତି। ଆହୁରି ମଧ୍ୟ ଦର୍ଶାଇ ଛନ୍ତି ଯେ ସେମାନଙ୍କ ଭଳି ଆଗଧାଡିର କର୍ମୀ ମାନଙ୍କୁ ସବୁକ୍ଷେତ୍ର ରେ ଅଣଦେଖା କରାଯାଉଛି। ଯେଉଁମାନେ ଦଳ ର ପକୃତ କର୍ମୀ ଦଳ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ କିନ୍ତୁ ସେମାନେ ଆଜି ଦଳପାଇଁ ଅଲୋଡା ସାଜିଛନ୍ତି। କୋଇଲେଖା ଗ୍ରାମର କେତେକ ଆଗ ଧାଡ଼ିର କର୍ମୀ ଗଣେଶ ବିଶ୍ଵାଳ, ସୁବାସ ରାୟ, ଚିତ୍ତରଞ୍ଜନ ବିଶ୍ଵାଳ, ଗିରିଧାରୀ ମୁଦୁଲି , ବାପି ଜେନା, ଦୁର୍ଯ୍ୟଧନ ବାରିକ୍ ଆଦି କର୍ମୀ ମାନେ ଉକ୍ତ ସଭାରେ ଯୋଗ ଦେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ବିଜେପି ଦଳ କୁ ସୃଦୁଢ କରିବା ପାଇଁ ପ୍ରତିଶ୍ରୁତି ଦେଇ ଛନ୍ତି। ଉକ୍ତ ସଭାରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ, ଚାନ୍ଦବାଲି ମଣ୍ଡଳ ସଭାପତି କାହ୍ନୁଚରଣ ବେହେରା, ନାନ୍ଦପୂର୍ ପଞ୍ଚାୟତ ର ସମିତି ସଭ୍ୟ ସୁଦେଶ୍ ପଣ୍ଡା, ଏବଂ କୋଇଲେଖ ଗ୍ରାମର ବିଜେପି ମୂଖ୍ୟ ପ୍ରଫୁଲ୍ଲ ଦାଶ ଉପସ୍ଥିତ ରହି କର୍ମୀ ମାନକୁ ଉତୁରି ଏବଂ ବିଜେପି ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।
ନାନ୍ଦପୁର ପଞ୍ଚାୟତ ରେ ବିଜେଡ଼ି କୁ ବଡ଼ ଝଟକା; ବିଜେପି ରେ ମିଶିଲେ କୋଡ଼ିଏ ରୁ ଉର୍ଦ୍ଧ ପରିବାର*
|
October 11, 2020 |