ନବୀନ ନିବାସରେ ସାଧୁସନ୍ଥ, ଦେଲେ ଆଶୀର୍ବାଦ

Spread the love
ଭୁବନେଶ୍ୱର, ୧୪ /୩ (ସନ୍ଧାନ ନିୟୁଜ) ଘୋଷଣା ହୋଇ ସାରିଛି ନିର୍ବାଚନ ତାରିଖ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ରହିଛି ମାତ୍ର ଆଉ କିଛି ଦିନ । ନିର୍ବାଚନରେ ବାଜିମାତ୍ କରିବାକୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି । କେହି କେହି ଜ୍ୟୋତିଷ ନିକଟରେ କୁଣ୍ଡଳୀ ଗଣାଇବାକୁ ଲାଗିଛନ୍ତି । ଆଉ ଏଥିରୁ ବାଦ୍ ପଡିନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ବହୁ ସାଧୁସନ୍ଥ, ସନ୍ୟାସୀ ଓ ମୌଲାନାଙ୍କ ଭିଡ଼ ଜମିଛି। ନିର୍ବାଚନ ପାଇଁ ଆଶୀର୍ବାଦ ଦେବାକୁ ସେମାନେ ଆସିଥିଲେ ।

ଅନ୍ୟପଟେ ନବୀନ ନିବାସରେ ବଢୁଛି ବିଜେଡିରେ ଟିକେଟ ଆଶାୟୀଙ୍କ ଭିଡ଼ । ପ୍ରତିଦିନି ବିଭିନ୍ନ ଅଞ୍ଚଳରୁ ଆଶାୟୀ ପ୍ରାର୍ଥୀ ଓ ସମର୍ଥକ ଆସୁଛନ୍ତି। ଚଳିତ ନିର୍ବାଚନରେ ବିଧାନସଭାକୁ ଯିବେ ଅଧିକ ମହିଳା ପ୍ରାର୍ଥୀ। ବିଧାନସଭା ନିର୍ବାଚନରେ ମହିଳାଙ୍କୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ କରିବା ପାଇଁ ଗୁରୁତ୍ୱର ସହ ଚିନ୍ତା କରାଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାର ବହୁ ହେଭିେଓ୍ଵଟ ନେତା ନବୀନ ନିବାସ ଆସିଛନ୍ତି। ବିଜେଡି ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ ଓ ରମେଶ ଚ୍ୟାଉପଟ୍ଟନାୟକ ମଧ୍ୟ ନବୀନ ନିବାସରେ ଆସିନ୍ତି। ଗତକାଲି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଭଳି ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ତନାଘନା ହୋଇଥିଲା। ଏହାସହ ନବୀନ ନିବାସରେ ମିଶ୍ରଣ ପର୍ବ ବି ଜାରି ରହିଛି। ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ବିଜେଡିରେ ଯୋଗ ଦେଉଛନ୍ତି।

Related Posts

About The Author

Add Comment