ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

Spread the love

ନୂଆଦିଲ୍ଲୀ ୨୩/୫(ସନ୍ଧାନ ନିଉଜ୍) ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି। ଏହି ବୁଝାମଣା ୧୦ ମାର୍ଚ୍ଚ, ୨୦୧୮ରେ ସ୍ୱାକ୍ଷରିତ ହୋଇଥିଲା।

ADVT

ଜାତୀୟ ସୌର ଶକ୍ତି ସଂସ୍ଥାନ (ଏନଆଇଏସଇ), ଭାରତ ଏବଂ ଆଇ ଏନର୍ଜି ଆଟମିକ ଆଟ ଅକ୍ସ ଏନର୍ଜି ଅଲଟରନେଟିଭ୍ସ (ସିଇଏ) ଫ୍ରାନ୍ସ ମଧ୍ୟରେ ଚୟନ କରାଯାଇଥିବା କ୍ଷେତ୍ରରେ ଗବେଷଣା/ପ୍ରଦର୍ଶନ/ପାଇଲଟ ପ୍ରକଳ୍ପର ଚିହ୍ନଟ କରିବା ଏହି ଏମଓୟୁର ଉଦ୍ଦେଶ୍ୟ। ପାରସ୍ପରିକ ଚୁକ୍ତି ଆଧାରରେ ଉଭୟ ପକ୍ଷ ଆଇ. ଏସ. ଏ ସଦସ୍ୟ ରାଷ୍ଟ୍ରରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରୀତା ଏବଂ ପରିଚାଳନା ଦିଗରେ କାମ କରିବେ। ଏହି ସହଯୋଗ ମିଳିତ ଗବେଷଣା ପ୍ରକଳ୍ପ, ମିଳିତ ଗବେଷଣା ଏବଂ ବିକାଶ, ମିଳିତ କର୍ମଶାଳା, ଗବେଷଣା ଏବଂ ପ୍ରଯୁକ୍ତିର ଆଦାନପ୍ରଦାନ ବିଭିନ୍ନ ସମ୍ବଳର ବିଧି-ଉପାୟ ମାଧ୍ୟମରେ କରାଯିବ, ଯେଉଁଥିରେ ଉଭୟ ଦେଶର ବିଶେଷଜ୍ଞମାନଙ୍କ ବିନିମୟ ମଧ୍ୟ ସାମିଲ ରହିଛି। ବିଶେଷଜ୍ଞମାନଙ୍କ ମତବିନିମୟ ଏବଂ ସୂଚନାର ନେଟୱାର୍କିଂ ପ୍ରତିଷ୍ଠା କରିବା ମଧ୍ୟ ଏହି ଏମଓୟୁର ଉଦ୍ଦେଶ୍ୟ। ଏମଓୟୁ ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ।

Related Posts

About The Author

Add Comment