ନବକୃଷ୍ଣ ଚୈାଧୁରୀ ଥିଲେ ନବଚେତନାର ପ୍ରବକ୍ତା

Spread the love

ଧର୍ମଶାଳା , ୨୭/୧୧ (ସନ୍ଧାନ ନିଉଜ) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧିବାଦୀ ଜନନାୟକ ନବକୃଷ୍ଣ ଚୈାଧୁରୀଙ୍କ ୧୧୮ ତମ ଜୟନ୍ତୀ ଓ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆନୁକୂଲ୍ୟରେ ଜାରକା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ବିଜୟ କୁମାର ଶତପଥୀ , ନବକୃଷ୍ଣ ଚୈାଧୁରୀ, ନବଚେତନାର ପ୍ରବକ୍ତା ଥିଲେ ବୋଲି କହିଥିଲେ । ତାଙ୍କ ଜୀବନର ଅର୍ଦ୍ଧାଧିକ ଭାଗ ଓଡିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ, କର୍ମପ୍ରବାହକୁ ଅଧିକ ବେଗଗାମୀ କରାଇଥିଲା । ଓଡିଆ ଭାଷାର ସରକାରୀ କାର୍ଯ୍ୟକ୍ରମ ପରିଚାଳିତ କରାଯିବା ପାଇଁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଆଇନ ପ୍ରଣୀତ ହୋଇଥିଲା । ଅପର ପକ୍ଷରେ ଜାତୀୟ କବି ବୀରକିଶୋର ଙ୍କ ଲେଖନୀରୁ ସୃଷ୍ଟି ହୋଇଥିବା ଦେଶାତ୍ମକବୋଧ କବିତା ଆବାଳ ବୃଦ୍ଧାବନିତାକୁ ପାଗଳ କରିଦେଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ଜିଲା ଲେଖକ ସମ୍ମିଳନୀରେ ସଭାପତି ଡ. ରୁଦ୍ରନାରାୟଣ ପୃଷ୍ଟି ମୁଖ୍ୟମନ୍ତ୍ରୀ ପରି ପଦରେ ରହି ମଧ୍ୟ ଅହଂକାର ତାଙ୍କୁ ସ୍ପର୍ଶ କରିପାରିନଥିଲା । ସେ ସାଧାରଣ ଲୋକଟିଏ ପରି ସରଳ ଜୀବନ ଯାପନ କରୁଥିଲେ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତି୍ୟକ ବଟକୃଷ୍ଣ ଓଝା , ସାମ୍ୟବାଦ ଜିଲ୍ଲା ଓ ଜେତନାର ସେ ଥିଲେ ଅନୁଦୂତ । ଓଡିଆ ଭାଷାର ସ୍ବୀକୃତି ମିଳିବାରେ ତାଙ୍କର ଅବଦାନ ଅତି ସ୍ମରଣୀୟ ବୋଲି ମତପ୍ରକାଶ କରିଥିଲେ । ଉପସଭାପତି ସଂଗ୍ରାମକେଶରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ମିନତୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ସଂପାଦକ ବ୍ରଜବନ୍ଧୁ ଶତପଥୀ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜାତୀୟ କବି ବୀରକିଶୋର ୧୨୩ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧା ଓ ସ୍ମୃତିଚାରଣ କରାଯାଇଥିଲା । ସାଧାରଣ ସଂପାଦକ ବଟକୃଷ୍ଣ ପରିଡା କଲେଜ ଅଧ୍ୟାପକ ଡ.ତୁହିନାଂଶୁ ରଥ, ସନ୍ତୋଷ କୁମାର ତରାଇ, ନୀଳମାଧବ ସ୍ୱାଇଁ, ମାନସ ରଂଜନ ଜେନା, ପ୍ରମୁଖ ସ୍ୱାଗତ ଭାଷଣ ଚାରଣ କରିଥିଲେ । ସହସଂପାଦକ ପ୍ରମୋଦ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment