ଯାଜପୁର-କଟକ, ୨୧/୧୨/୨୦୨୦ (ସନ୍ଧାନ ନିଉଜ) କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସାରା ଦେଶରେ କୃଷକ ଆନେ୍ଦାଳନ ଚାଲିଛି । ନବ ନିର୍ମାଣ କୃଷକ ସଂଗଠନର ଡାକରାରେ ଏହି ଆନେ୍ଦାଳନ ଦିଲ୍ଲୀରୁ ପଲ୍ଲୀ ଯାଏ ସବୁଠି ମୁଣ୍ଡ ଟେକିଲାଣି । ଇତି ମଧ୍ୟରେ ଦେଶରେ ୩୯ ଜଣ କୃଷକ ଙ୍କ ମୃତୁ୍ୟ ହୋଇ ସାରିଛି । ଚାହୀର ହକ ଲାଗି ଲଢୁଥିବା କୃଷକ ର ବିୟୋଗରେ ଗାଁ ଗହଳିରେ ବି ଏହି ଲେଢଇ ରେ ସାଧାରନ କୃହକ ବାଇ ମାନେ ଅଂଶ ଗ୍ରହଣ କରିଛନ୍ତି । ଦେହତ୍ୟାଗ କରିଥିବା କୃଷକ ମାନଙ୍କର ଉଦେ୍ଦ୍ୟଶ୍ୟରେ ଗାଁକୁ ଗାଁ ଶ୍ରଦ୍ଧାଞ୍ଜଳି ସଭା ଚାଲିଛି । ଆଜି ବରୀ ବ୍ଲକର ଅଭିମନୁ୍ୟ ବାଲିଆସ୍ଥିତ ମାଆ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜଳନ କରି ସ୍ୱର୍ଗତ ଆତ୍ମାଙ୍କ ଉଦେ୍ଦ୍ୟଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ , କେନ୍ଦ୍ର ସରକାରଙ୍କ କୃଷିମାରଣ ନିତୀ କୁ ବୁରୁଦ୍ଧ କରି ସ୍ଲୋଗାନ ମାନ ଦେଇଥିବାର ଦେଖା ଯାଇଛି । ତେବେ ଆଜିର କାର୍ଯ୍ୟକ୍ରମରେ କୃଷକ କେଦାରନାଥ ଜେନା, ପ୍ରଫୁଲ୍ଲ କୁମାର ଜେନା , ଚନ୍ଦ୍ରକାନ୍ତ ଜେନା, କେଶବ ଚନ୍ଦ୍ର ଜେନା , ରଜତ କୁମାର ଜେନା,ଗଙ୍ଗାଧର ଘେଡଇ, ଶ୍ରୀଧର ମହଲ, ସତ୍ୟବାଦୀ ଜେନା, ସୁବଳ ବଳ, ଟୁକୁନା ସାମଲ,ପ୍ରହଲ୍ଲାଦ ଜେନା ଆଦି କୃଷକ ମାନେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ନବ ନିର୍ମାଣ କୃଷକ ସଂଘର ଶ୍ରଦ୍ଧାଞ୍ଜଳି
|
December 21, 2020 |
![](https://sandhannews.com/wp-content/uploads/2020/11/advt-sandhan-730x430.jpg)