ସୁନ୍ଦରଗଡ ତା ୨୧/୨/୨୦୧୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସନ୍ଧ୍ୟା ସମୟରେ ରାଜ୍ୟରାଜପଥ ୨୪ରେ ଏକ ଧାନ ବୋଝେଇ ଟ୍ରକ ବଡ଼ମାଲ ବୁଲାଣି ରାସ୍ତା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଉକ୍ତ ଧାନ ବୋଝେଇ ଟ୍ରକ (ଓଆର ୧୬ବି ୭୮୭୬) ସବଡେଗା ଧାନମଣ୍ଡିରୁ ବଡ଼ ଗାଁ ଜରଙ୍ଗଲୋଇ ଧାନମଣ୍ଡିକୁ ଯାଉଥିବା ସମୟରେ ଏହି ଘଟଣା ଘଟିବା ସହିତ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏହି ଟ୍ରକରେ ପ୍ରାୟ ଛଅ ଶହ ବସ୍ତା ଧାନ ଥିବାବେଳେ ସନ୍ଧ୍ୟା ସାତଟାରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି । ଧାନ ଓଭର ଲୋଡ଼ ଦେଇ ଯାଉଥିବାରୁ ରାସ୍ତା ମଝିରେ ଧାନବସ୍ଥା ବିଛେଇ ହୋଇ ପଡିବାରୁ ଯାନବାହାନ ପାଇଁ ଗମନାଗମନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଧାନ ଵୋଝେଇ ଟ୍ରକ ଦୁର୍ଘଟଣା, ଯାନବାହାନ ଚଳାଚଳରେ ବ୍ୟାହତ
|
February 22, 2022 |



