ଭଦ୍ରକ : ୨୫/୨/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ି ରହିଛି। ମିଲର ମାନଙ୍କ ଅସହଯୋଗ ପାଇଁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି। ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫ ରୁ ମିଳିଥିବା ଟୋକନ୍ ର ଅବଧି ସରିବାକୁ ବସିଲାଣି। ଚାଷୀ ଟିଏ ତାର ଧାନ କୁ ବିକ୍ରୀ କରି ପାରୁ ନାହିଁ ବୋଲି ମୁଣ୍ଡ ରେ ହାତ ଦେଇ ବସିଛି। ଆଗକୁ ବର୍ଷା ହେବା ପାଇଁ ଖବର ପାଇ ଉଭୟ ଚାଷୀ ଓ ସମବାୟ ସମିତି ର କର୍ମକର୍ତ୍ତା ମାନେ ଭୟଭୀତ ହୋଇ ପଡିଛନ୍ତି। ରାଜ୍ୟ ସରକାର କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ଛନ୍ତି। ଭଦ୍ରକ ଜିଲ୍ଲାର ସମସ୍ତ ସମବାୟ ସମିତି ର ସମ୍ପାଦକ ମାନେ ନିଜ କାର୍ଯ୍ୟାଳୟ ରେ ଚାବି ଦେବେ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଛନ୍ତି। ଆଗାମୀ ଦିନରେ ଯଦି ସରକାର ଚାଷୀ ମାନଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଠା ନ କରନ୍ତି ତେବେ ଆଗାମୀ ଦିନରେ ଏକ ବିଶାଳ ଚାଷୀ ସମାବେଶ ଦେଖିବାକୁ ମିଳିବ ବୋଲି କୃଷକ ନେତା ମାନେ ପ୍ରକାଶ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଧାନ ମଣ୍ଡି ରେ ହଜାର ହଜାର କ୍ଵିଣ୍ଟାଲ ଧାନ , ମିଲର ମାନଙ୍କ ଅସହଯୋଗ, ଚାଷୀ ହତାଶ, ରାଜ୍ୟ ସରକାର ଅଡ଼ୁଆରେ।
|
February 25, 2026 |



