ଆରଡ଼ି, ୧୧/୦୮/୨୦୨୦ (ସନ୍ଧାନ ନିଉଜ) : ଚାନ୍ଦବାଲି ବ୍ଲକ ରେ ଶୀତଳପୁର ଗ୍ରାମ ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ। ସୂଚନାନୁଯାଇ ଉକ୍ତ ଗ୍ରାମ ଦେଇ ଯାଇଥିବା ନଦୀ ବନ୍ଧ ତିନି ଚାରି ବର୍ଷ ହେଲା ଧସିବାରେ ଲାଗିଥିବାରୁ ଲୋକ ଙ୍କ ମନରେ ଭୟ ରେ ଆତଙ୍କ ଦିନ କୁ ଦିନ ବଢି ବାରେ ଲାଗିଛି। ନଦୀରେ ଜୁଆର ଆସିଲେ ନଦୀବନ୍ଧ ଉପରେ ପାଣି ମାଡ଼ି ଗ୍ରାମ ମଧ୍ୟ ରେ ପ୍ରବେଶ କରିବା ଦ୍ୱାରା କିଛି ପରିବାର ପ୍ରଭାବିତ ହେଉଛନ୍ତି । ଉକ୍ତ ନଦୀବନ୍ଧ ଦେଇ ଗ୍ରାମବାସି ବିପଦ ପୂର୍ଣ୍ଣ ଯାତାୟାତ କରିଥାନ୍ତି । ଗ୍ରାମବାସୀ କହିବା ଅନୁଯାୟୀ କୁନି କୁନି ପିଲା ମଧ୍ୟ ଉକ୍ତ ନଦୀବନ୍ଧ ଦେଇ ବିଦ୍ୟାଳୟ କୁ ଯିବାକୁ ପଡିଥାଏ। ଏଠାରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ବର୍ଷା ଦିନେ ନଦୀର ଜଳସ୍ତର ଅତ୍ୟଧିକ ବଢ଼ିଲେ କୁମ୍ଭୀର ମାନଙ୍କର ଭୟ ଥିବାରୁ ଗ୍ରାମବାସୀ ଚାନ୍ଦା କରି ଅସ୍ଥାୟୀ ଜାଲ ବାଡ ଉକ୍ତ ନଦୀ ବନ୍ଧ ପାର୍ଶ୍ଵରେ ଦେଇଥାନ୍ତି। ଏଠାରେ ସ୍ଥାନୀୟ ପ୍ରଶାସନ ପ୍ରତିବର୍ଷ ବାଲି ବସ୍ତା ପକାଇ ଏକ ଅସ୍ଥାୟୀ ବନ୍ଧ କରୁଥିବାରୁ ଏହା ଦିନ କୁ ଦିନ ଅଧିକରୁ ଅଧିକ ଧସିବାରେ ଲାଗିଛି। ବାରମ୍ବାର ଅଭଯୋଗ ସତ୍ତ୍ବେ କୌଣସି ସୁଫଳ ନ ମିଳବାରୁ ଯଦି ଆସନ୍ତା ଭବିଷ୍ୟତ ରେ କୌଣସି ସ୍ଥାୟୀ ନଦୀବନ୍ଧ କରା ନ ଯାଏ ନଦୀ ପାଖକୁ ଲାଗି କେତେକ ପରିବାର ବଡ଼ ବିପଦ ରୁ ରକ୍ଷା ପାଇବା ପାଇଁ ନିଜ ର ଭିଟାମାଟି ଛାଡ଼ି ଅନ୍ୟତ୍ର ବାସ କରିବାକୁ ବାଧ୍ୟ ହେବେ।
Report-Prasanta Barik