ଧର୍ମଶାଳାରେ ଦୁର୍ଷ୍କମର ଛିଟା, ଜଣେ ଗିରଫ

Spread the love

ଯାଜପୁର/ଧର୍ମଶାଳା (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ଏକ ଅପରାଧ ହାର ବଢ଼ିବାରେ ଲାଗିଛି । ଅପରାଧି ମାନଙ୍କର ବନ୍ଦ ପାଲଟିଥିବା ପୋଲିସ ମାନଙ୍କର ଅପରାଗତା କାରଣରୁ ଅପରାଧି ମାନେ ନିଜର କାୟା ବିସ୍ତାର କରିବାକୁ ସାହାସ ପାଉଥିବା ବେଳେ ପୋଲିସ ମାନଙ୍କ ମୁଣ୍ଡ ମାତ୍ର ୧୦୦୦ଟଙ୍କା ବୋଲି ଧାର୍ଯ୍ୟ କରିନେଇଛନ୍ତି । ନିକଟରେ ମିର୍ଜାପୁରରେ ବଧୁ ନିର୍ଜାତାନା ଅଭିଯୋଗରେ ଖୁଲୁମଖୁଲା ମାତ୍ର ୧୦୦୦ଟଙ୍କା ଦେଲେ ପୋଲିସ ଚୁପ ବୋଲି କହିବା ସହିତ ଏବେ କଂଟିଗଡିଆ ପଂଚାୟତ ପିପଳିଡିହରେ ଆସିଛି ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ ଭଳି ସଂଗୀନ ଘଟଣା । ଏଠାରେ ଦୁର୍ଷ୍କମ କରିସାରିବା ପରେ ନାବାଳିକାକୁ ଗ୍ରାମ ମୁଣ୍ଡରେ ପିଙ୍ଗି ଦେଇ ଚାଲିଯାଇଛନ୍ତି ଅଭିଯୁକ୍ତ ମାନେ । ଏହି ଘଟଣା ପରେ ନାବାଳିକ ଜଣଙ୍କ ଅତି ଭୟଭୀତ ହୋଇପଡିଥିବା ବେଳେ ତାକୁ ସଖୀ ଗୃହରେ ରଖାଯାଇଛି । ଏପରିକି ଯୋଉ ଘରେ ରଖି ପ୍ରତିଦିନ ଦୁର୍ଷ୍କମ କରାଯାଉଥିଲା ସେଠାରେ ପୋଲିସ ବାଲା ମଧ୍ୟ ରହୁଥିବା ପ୍ରକାଶ କରାଯାଇଛି । ଏହାପରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ବହୁ ଅଭିଯୁକ୍ତ ଜଡିତ ରହିଥିବା ଚର୍ଚ୍ଚା ଚାଲିଛି । ତୁରନ୍ତ ଏହାର ପର୍ଦାପାଶ କରିବାକୁ ସାଧରଣରେ ଦାବି ହେଉଛି । ନଚେତ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment