ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ସୃଷ୍ଟି କରୁଛନ୍ତି ରାଜ୍ୟ ନେତା: ଗଡା ତଡା ଲାଗଲେଣୀ ପହି ଏବଂ ପଣ୍ଡା ସମର୍ଥକ

Spread the love

ରସୁଲପୁର,୭/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲା ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛି । ପ୍ରଥମେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳି ପାଇଁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକାକୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲେ । ଏଥର ଦଳ ନୂଆ ମୁହଁ ଉପରେ ଭରଷା ଜୁଟାଇଛି । ଦୀର୍ଘଦିନ ଧରି ଏ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି । ହେଲେ ଦଳୀୟ ପ୍ରାର୍ଥôନୀ ଶ୍ରୀମତି ପହି ନୂଆ ମୁହଁ ହିସାବରେ ଭୋଟରଙ୍କୁ କେତେ ନିକଟତର ହୋଇପାରୁଛନ୍ତି ତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଷାନ ପଣ୍ଡାଙ୍କ ସମର୍ଥକ ମାନେ ନାରାବଜି ଦେବା ସହ ପିସିସି ରାଜ୍ୟ ସଗାପତିଙ୍କ ଘର ଆଗରେ ଧାରଣା ଦେଇଥିଲେ । ତାରିଖରେ ଦାଖଲ କରବାର ରହିଥିବା ବେଳେ ପହି ତାଙ୍କର ନମିନେସନ ଫର୍ମ ଫଳରେ ତରବରିଆ ଦୁଇଦିନ ପୂର୍ବରୁ ଦାଖଲ କରିଦେଇଥିଲେ । ଏହପରେ ପୁର୍ନବାର କଂଗ୍ରେସ ଦଳ କିଷାନ ପଣ୍ଡାଙ୍କୁ ତାଙ୍କ ଧର୍ମଶାଳା ବିଧାୟକ ପାର୍ଥୀ ଭାବେ ଘୋଷଣା କରିଛି । ତେବେ ଏହା ପରେ ଦଳରେ ଅସନ୍ତୋଷ ବଢ଼ିବା ସହିତ ପହି ଏବଂ ପଣ୍ଡାଙ୍କ ସମର୍ଥକଙ୍କ ମଧ୍ୟରେ ଗଡା ତଡା ଲାଗିବା ଭଳି ସମସ୍ୟା ସୃଷ୍ଟ ହେବାକୁ ଯାଉଛି । ତେବେ ଏଭଳି ଦୁଇ ଦୁଇଟି ପ୍ରାର୍ଥୀ ଘୋଷଣାକୁ ନେଇ ଦଳରେ ରହିଥିବା ଅସନ୍ତୋଷ ତାଙ୍କ ପାଇଁ କାଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ଦଳ ସାଂଗଠନିକ ଦକ୍ଷତା, ଜିତିବାର ସମ୍ଭାବନାକୁ ନୁହେଁ ବରଂ ସାହାସକୁ ସମ୍ମାନ ଦେଇଥିଲା । ଧର୍ମଶାଳା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ଘୋଷଣାରୁ ଏହା ସ୍ପଷ୍ଟ ହୋଇଥିଲା । ଏଠାରେ ମହିଳା ପ୍ରାର୍ଥôନୀ ଭାବରେ ସ୍ମୃତିରେଖାକୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନାନା କଥା ଚର୍ଚ୍ଚା ହେଉଛି । ଏହିକ୍ରମରେ ଦେଖିବାକୁ ଗଲେ କଂଗ୍ରେସ ପ୍ରାର୍ଥôନୀ ଶ୍ରୀମତୀ ପହି ସାଂଗଠନିକ ଦୃଷ୍ଟିକୋଣରୁ ନିର୍ବାଚନ ମଣ୍ଡଳି ପାଇଁ ନୂଆ ମୁହଁ । ଯଦିଓ ତାଙ୍କ ଘର ଏହି ନିର୍ବାଚନ ମଣ୍ଡଳିର କୋତପୁର ଗ୍ରାମରେ । ହେଲେ ତାଙ୍କର କର୍ମଭୂମି କେନ୍ଦୁଝର ଜିଲା ବୋଲି ଜଣାପଡିଛି । ୧୯,ଫେବୃଆରୀରେ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରି ରାତାରାତି ରାଜନୈତିକ ଚର୍ଚ୍ଚା ଭିତରକୁ ଆସିଥିଲେ । ଏହି ଖବର ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା । ସେହି ଆଧାରରେ ଦଳ ତାଙ୍କୁ ଏଠି ପ୍ରାର୍ଥୀ କରିଛି ବୋଲି କୁହାଯାଉଛି । ମାତ୍ର ଏଠାରେ ସେ ତାଙ୍କର ସଂଗଠନ ଶୂନରୁ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଏଥିରୁ ଦଳକୁ କେତେ ଫାଇଦା ମିଳିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟ ପକ୍ଷରେ ପ୍ରାର୍ଥୀ ଦୌଡରେ ଥିବା ଅନ୍ୟ ଅସନ୍ତୁଷ୍ଟ ନେତା ଓ କର୍ମୀ ତାଙ୍କ ପାଇଁ କଂଟା ହୋଇଥିଲେ । ତେଣେ ଏହି ଟିକେଟ ଘୋଷାଣାକୁ ବିରୋଧକରି ଅସନ୍ତୁଷ୍ଟ ମାନେ ଦଳୀୟ ହାଇକମାଣ୍ଡର ନିକଟରେ ଲବି ଚଳାଇବା ପରେ ଦଳ ପୁଣିଥରେ କିଷାନ ପଣ୍ଡାଙ୍କ ନାମ ପାର୍ଥୀରେ ଯୋଡିଛନ୍ତି । ଏହା ଭିତରେ ଭୋଟଗ୍ରହଣକୁ ଆଉ ମାତ୍ର ୨୧ଦିନ ବାକି ଅଛି । ଏହା ମଧ୍ୟରେ ପ୍ରଚାର ପାଇଁ ୧୯ଦିନ ହାତରେ ରହିଛି । ଏହି ଅବଧିରେ ନିର୍ବାଚନ ମଣ୍ଡଳି ଅଧିନରେ ଥିବା ୫୪ଟି ପଂଚାୟତ ବୁଲିବା ସହ ସାଧାରଣ ସଭା ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହେବ । ତୃଣମୂଳ ସ୍ତରରେ ନିଜସ୍ୱ କର୍ମୀ ନଥିବା ବେଳେ ଦିନକୁ ୨ଟିରୁ ଅଧିକ ପଂଚାୟତରେ ବୁଲି ନିର୍ବାଚନ ପ୍ରଚାର କରିବା ଶ୍ରୀମତି ପହିଙ୍କ ପାଇଁ କାଷ୍ଟକର ବ୍ୟାପର ହେବ । ଏ ସବୁ ସତ୍ୱେ ଦଳର ଆଭ୍ୟନ୍ତରଣୀୟ ବ୍ୟାପାରକୁ ସଜାଡିବା ତାଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ରହିବ । ଏ ସବୁ ଦଳର ଅସଜଡା ସ୍ଥିତିରୁ ବିରୋଧୀଙ୍କୁ ଫାଇଦା ମିଳିବା ଥୟ ବୋଲି କୁହାଯାଉଛି । ତେବେ ଦଳ ଏଠି ଶ୍ରୀମତି ପହିଙ୍କୁ ଜିତିବା ପାଇଁ ବୋଧହୁଏ ପ୍ରାର୍ଥୀ କରିନାହିଁ ବରଂ ନିର୍ବଚାନ ଜରିଆରେ ସ୍ମୃତିରେଖାଙ୍କୁ ନିର୍ବାଚନମଣ୍ଡଳିରେ ନେତ୍ରୀ ଭାବରେ ପ୍ରବେଶ କରିବା ଉପରେ ଗୁରୁତ୍ୱ ଦେଇଛି । ଚଳିତ ନିର୍ବାଚନ ନହେଲା ନାହିଁ ଏହାର ପରବର୍ତ୍ତି ସାଧାରଣ ନିର୍ବଚାନ ପାଇଁ ସେ ଦଳର ସାଂଗଠନିକ ସ୍ଥିତିକୁ ସଜାଡି ପାରିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି । ଅନ୍ୟପକ୍ଷରେ ଟିକେଟକୁ ନେଇ ଉପର ସ୍ତରରେ ଫିକ୍ସିଂ ହୋଇଛି ବୋଲି ଦଳୀୟ ଅସନ୍ତୋଷ କର୍ମୀମାନେ ମତ ରଖିଛନ୍ତି । ଏଭଳି ବାଦ ବିବାଦ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ନାମାଙ୍କପତ୍ର ଦାଖଲ ପୂର୍ବରୁ ଦଳୀୟ ଅସନ୍ତୋଷକୁ ସୁଧାରି ଦିଆଯିବାକୁ ଦଳ ପକ୍ଷରୁ ପ୍ରୟାସ କରାଯାଉଛି । ଏତେ କମ୍ ସମୟରେ ଏ ସବୁ କାର୍ଯ୍ୟ ପହିଙ୍କ ପାଇଁ ବଡ ଚାଲେଞ୍ଜ ହୋଇଥିବା ବେଳେ ପୁଣି କିଷାନ ନାମଙ୍କନ ପତ୍ର ଦାଖଲ କରିବେ ନା ପହି ନିଜର ନାମାଙ୍କନ ପତ୍ର ଫେରାଇ ଆଣିବେ ତାହାର ସମୟ ସ୍ପଷ୍ଟ କରିବ । ତେବେ କଂଗ୍ରେସର ନେତା ମାନଙ୍କ ଏଭଳି ବିକୃତ ଚିନ୍ତାଧାରା ଏବଂ ନିଜର କର୍ମୀ ନେତାଙ୍କ ସନ୍ତୁଷ କରିବାର ଦକ୍ଷତା ନାହିଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ଯାହାକୁ ନେଇ ଧର୍ମଶାଳାରେ କଂଗ୍ରେସ ରସାତଳଗାମୀ ହେବାକୁ ଯାଉଛି । ଏହା ଭିତରେ ଉଭୟଙ୍କ ସମର୍ଥମ ମାନେ ନିଜର କାଦୁଅ ପିଙ୍ଗା ପର୍ବ ଆରମ୍ଭ କରିଥିବା ବେଳେ ଧର୍ମଶାଳା ପକୃତରେ ଭଲ ନୁଆଁ ମୁହଁ ଖୋଜୁଥିବା ବେଳେ କଂଗ୍ରେସର ଦଳର ଭଲ ଯୋଗ୍ୟ ପାର୍ଥୀ ଏଠାରେ ନଥିବା ଚର୍ଚ୍ଚା ଚାଲିଛ ।ତେବେ ଯଦି ପକୃତରେ କୌଣସି ଏକ ଅଜଣା ନୁଆଁ ମୁହଁ ଯାହାର ସମସ୍ତ ରେକର୍ଡ ଭଲଥିବା ତାହାକୁ ପାର୍ଥୀ କରାଗଲେ ହୁଏତ ଏସବୁ ସମସ୍ୟାର ସମାଧାନ ହେବା ସହିତ କଂଗ୍ରେସ ଏକ ନୂତନ ଦିଶା ପାଇପାରିବ ବୋଲି ସାଧରଣରେ ଆଲୋଚନା ଚାଲିଛି ।

Report- Manas Rout and Jagamohan Rout

Related Posts

About The Author

Add Comment