ଧର୍ମଶାଳା ଅଂଚଳରେ ବଢୁଛି ଚୋରା ବିଷ୍ପରୋକ ଦ୍ରବ୍ୟର ବେପାର: କୋରାପୁଟ ମାଲକାନାଗିରିରୁ-କଲିକତା ଯାଏଁ ଲମ୍ବିଛି ଚେର

Spread the love

– ଦୈନିକ ୨୦ଲକ୍ଷର କାରାବାର

– ଅଂଚଳର ଭୁଭାଗ ପ୍ରତି ବଡ ଧରଣର ବିପଦ

– ଭୂମିକମ୍ପ ହେବାରେ ଆଶଙ୍କା

ଧର୍ମଶାଳା, ୫/୭ (ସନ୍ଧାନ ନିୟୁଜ ) ବିଷ୍ପରୋକ ଦ୍ରବ୍ୟର ଚୋରା କାରବାର ଧର୍ମଶାଳା ଅଂଚଳରେ ବହୁ ପରିମାଣରେ ଚାଲିଛି । ଏହି ଅଂଚଳରେ ଧର୍ମଶାଳା ଏବଂ ଜେନାପୁର ଦୁଇଟି ଥାନା ଥିଲେମଧ୍ୟ ଚୋରା ବିଷ୍ପୋରକ କାରବାର ଉପରେ ରୋପ ଲଗେଇବାକୁ ପୋଲିସ ସକ୍ଷମ ହୋଇପାରୁନାହିଁ । କଳାପଥର ବିଷ୍ପୋରଣ ପାଇଁ ଆବଶ୍ୟକୀୟ କଞ୍ଚା ବିଷ୍ପୋରକ ସାମଗ୍ରୀ ପାୱାର ଜେଲ, ଡିଟୋନେଟର, ସାର ଓ ଆବଶ୍ୟକୀୟ ଇଲୋକ୍ଟ୍ରୋନିକ ମେସିନ ଏଠାରେ ଚୋରାରେ ଭରପୁର ଭାବରେ ମହଯୁଦ ରହିଛି । ଏହି ଚୋରା ସାମଗ୍ରୀ ବ୍ରହ୍ମପୁର, କୋରାପୁଟ, ମାଲକାନାଗିରି ଇତ୍ୟାଦି ଅଞ୍ଚଳରୁ ଯୋରସୋର ଭାବେ ଧର୍ମଶାଳା ଅଞ୍ଚଳକୁ ଚୋରାରେ ଆସୁଛି । ତେବେ ଏହି ସାମମ୍ରୀ ଗୁଡିକ ମୁଖ୍ୟତ ଆନ୍ଧ୍ର, ଛତିଶଗଡ ଓ ଝାଡଖଣ୍ଡରୁ ଓଡିଶାକୁ ଆସୁଥିବା ଏବଂ ପରେ ବିଭିନ୍ନ ଜିଲ୍ଲାକୁ ଚୋରାରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ରଭାବେ ଦଲାଲ ମାନଙ୍କ ପକ୍ଷରୁ ଗାଡି ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ଏପରିକି ଏହି ସାମଗ୍ରୀ ଧର୍ମଶାଳା ଅଞ୍ଚଳକୁ ଛାଡିେଦେଲେ ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳକୁ ମଧ୍ୟ ଚୋରାରେ ·ଲାଣ କରାଯାଉଥିବା ଜଣାପଡିଛି । ଏହି ସାମଗ୍ରୀ ଡୁବୁରୀରୁ ହରିଚନ୍ଦନପୁର ଦେଇ କେନ୍ଦୁଝର ଖଣି ଅଞ୍ଚଳକୁ ମଧ୍ୟ ଚୋରାରେ ଯାଉଥିବା ଜଣାଯାଇଛି । ତେବେ ବିଭିନ୍ନ ଜିଲ୍ଲାର ପୋଲିସ ଅଜଣାତରେ ଏ କାରବାର ହେଉଥିବା ସାଧାରଣ ଲୋକଙ୍କ ବିଶ୍ୱାସରେ ଆସୁନାହିଁ । ବିଭିନ୍ନ ସମୟରେ ଜେନାପୁର ଓ ଧର୍ମଶାଳା ପୋଲିସ ଚଢଉ କରି କିଛି ବେପାରିଙ୍କୁ ଗିରଫ କରିଥିଲେ ମଧ୍ୟ ସେମାନଙ୍କୁ ମାଧ୍ୟମ କରି ମୂଳ ମଞ୍ଜି ପାଖରେ କାହିଁକି ପହଞ୍ଚୁନାହିଁ ତାହା ଆଲୋଚନାର ବିଷୟ । ତେବେ ମୌଳାଭଞ୍ଜ, ବିଛାଖଣ୍ଡୀ, ବଳରାମପୁରଗଡ, କୁସୁନୁପର ଇତ୍ୟାଦି ଜଙ୍ଗଲ ଜମି ଗୁଡିକରେ ସହ ସହ ଖାଦାନ ଘନଘନ ବିଷ୍ପୋରଣ କରାଯାଇ କଳାପଥର ଉତ୍ତୋଳନ କରାଯାଉଥିବାବେଳେ ଏଥିରେ ଆବଶ୍ୟକୀୟ ବିଷ୍ପୋରକ ସାମଗ୍ରୀ କେଉଁଠୁ ଆସୁଛି ତାହାର ଖୋଳତାଡ ହେଉନଥିବାରୁ ମାଫିଆମାନେ ଏ କାରବାରକୁ ଆହୁରି ଯୋରଦାର କରିଛନ୍ତି । କଳାପଥର ବେପାର ସାଙ୍ଗକୁ ବିଷ୍ପୋରକ ଚୋରା ବେପାରରେ ପ୍ରଚୁର ଲାଭ ଯୋଗୁ କିଛି କଳାପଥର ବ୍ୟବସାୟୀ ଏଥିରେ ସଂପୃକ୍ତ ଥିବା ଆଲୋଚନା ହେଉଛି । ରାଜସ୍ୱ ଅଂଚଳରେ ଲିଜ ଦିଆଯାଇନଥିବା କଳାପଥର ଖାଦାନ ଗୁଡିକରେ କଳାପଥର ଲୁଟ ହେଉଥିବାବେଳେ ବିଷ୍ପୋରକ ସାମଗ୍ରୀ ଚୋରାରେ ବହୁଳ ଭାବରେ ବ୍ୟବହାର ହେଉଛି । ତେବେ ଏଗୁଡିକୁ ପୋଲିସ ଖୋଳତାଡ କରୁନାହିଁ କାହିଁକି । ଯଦି ବିଷ୍ପୋରକ ଅଭାବରୁ କଳାପଥରକୁ ବିଷ୍ପୋରଣ କରଯାଇ ନ ପାରନ୍ତା ତେବେ କଳାପଥର ଚୋରା କାରବାର ବହୁ ପରିମାଣରେ କମ ହୋଇପାରନ୍ତା ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି । ଅପର ପକ୍ଷରେ ଲିଜ ଅଂଚଳରେ ବିଷ୍ପୋରଣ ପାଇଁ ଆବଶ୍ୟକୀୟ ବିଷ୍ପୋରକ ଓ ସାର ଭଳି ଦ୍ରବ୍ୟକୁ କିଛି ମାଗାଜିନ ହାଉସ ଯୋଗାଇବା ପାଇଁ ଅନୁମତି ପାଇଛନ୍ତି । ତେବେ ଏଥିମଧ୍ୟରୁ କିଛି ମାଗାଜିନ ହାଉସର ଓ ସାରର ବ୍ୟବସାୟୀ ଅନୁମତିଠାରୁ ଅଧିକ ପରିମାଣରେ ବିଷ୍ପୋରକ ଓ ସାର ଆଣି ରାଜ୍ୟର ଢେଙ୍କାନାଳ , କେନ୍ଦୁଝର, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଳାକୁ ଚୋରାରେ କଳାପଥର ବିଷ୍ପୋରଣ ପାଇଁ ବେଆଇନ ଖାଦାନ ମାଲିକ ମାନଙ୍କୁ ଯୋଗାଉଥିବା ଅଭିଯୋଗ ହେଉଛି । ତେବେ ବ୍ରହ୍ମପୁର, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାରୁ ଚୋରା ବିଷ୍ପୋରକ ଆସି ଧର୍ମଶାଳା ଅଂଚଳରେ ରହିବା ପରେ ଏହାକୁ ଭାୟା ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଚୋରା ·ଲାଣ କରାଯାଉଥିବା ଆଲୋଚନା ହେଉଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

Report- Manas Rout

Related Posts

About The Author

Add Comment