କଟକ, ୧୧/୧୧/୨୦୨୧ (ସନ୍ଧାନ ନିଉଜ) : ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡ଼ ଓଷା ପାଇଁ ଜାରୀ ହେଲା କଟକଣା । ନିୟମ ଅନୁସାରେ କାଲିଠାରୁ ଆଗାମୀ ୧୯ ତାରିଖ କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରୀ କରାଯିବ । କରୋନା ଭୁତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱରକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରତିବର୍ଷ ମହା କାର୍ତ୍ତିକ ମାସର ଶେଷ ପର୍ବ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ ଯାପନ କରିଥାନ୍ତି । ସେଥିପାଇଁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥାଏ । ସେହିପରିପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ହୋଇଥାଏ ଯାହାକୁ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତମାନଙ୍କ ସୁଅ ଛୁଟିଥାଏ । ହେଲେ ଚଳିତବର୍ଷ କରୋନା ପାଇଁ ସମସ୍ତ ପର୍ବ ପର୍ବଣୀ ଫିକା ପଡ଼ିଯାଇଛି । ତେଣୁ କେବଳ ସେବାୟତଙ୍କୁ ନେଇ ବାବା ଧବଳେଶ୍ୱରଙ୍କ ପୂଜାବିଧି ଅନୁଷ୍ଠିତ ହେବାକୁ ସୁଚନା ଦିଆଯାଇଛି ।
ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡ଼ ଓଷା ପାଇଁ ଜାରୀ ହେଲା କଟକଣା, ଲାଗୁ ହେବ ୧୪୪ ଧାରା
|
November 11, 2021 |
