ଦେହରେ କିରାସିନ ଢାଳି ଯୁବକଙ୍କ ଆତ୍ମହତ୍ୟା

Spread the love

ବାଲିଗୁଡା,12/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମର ଜଣେ ୨୮ ବର୍ଷର ଯୁବକ ଗୁରୁବାର ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ବିବରଣିରୁ ପ୍ରକାଶ ଯେ ମୃତ ଅଶୋକ ଦଳବେହେରା (୨୮) ଓ ତାଙ୍କ ଭଉଣୀ ଲିଙ୍ଗାଗଡ ଗ୍ରାମରେ ରହୁଥିଲେ। ଗୁରୁବାର  ରାତିରେ ତାଙ୍କ ଭଉଣୀ ପଛ ପଟ ଘରେ ରୋଷେଇ କରୁଥିବା ସମୟରେ ଅଶୋକ ଅନ୍ୟ ଏକ ଘରର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଘର ଭିତରେ ନିଆଁ ଜଳିବା ଜାଣି ଭଉଣୀ ସାହି ପଡିଶାଙ୍କୁ ଡାକିଥିଲେ। ଲୋକମାନେ ପହଞ୍ଚି ତୁରନ୍ତ ଜି.ଉଦୟଗିରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ ନିଆଁରେ ପୋଡିହୋଇ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ଅଶୋକ କାହିଁକି ଓ କ’ଣ ପାଇଁ ନିଜ ଦେହରେ ନିଆଁ ଲଗାଇଲେ ତାହା ତଦନ୍ତ ପରେ ହିଁ ଜଣା ପଡିବ l ଜି.ଉଦୟଗିରି ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଜି.ଉଦୟଗିରି ଥାନାରେ ୦୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସଆଇ ବିଭୂତି ଭୂଷଣ ମୁଦୁଲୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Related Posts

About The Author

Add Comment