ଦେଶରେ ୨ଲକ୍ଷ ଉପରେ ଆଜି ସଂକ୍ରମଣ: ମୃତ୍ୟୁ ସଂଖ୍ୟା ବି ବଢ଼ିଲା – କରୋନା ନେଲା ୪,୧୫୭ ଜୀବନ ୨.୦୮.୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ

Spread the love

ନୂଆଦିଲ୍ଲୀ ୨୬/୫ (ସନ୍ଧାନ ନିଉଜ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଥିଲା। ଗତକାଲି ୨ ଲକ୍ଷ ତଳକୁ ଖସିଥିଲା ସଂକ୍ରମଣ କିନ୍ତୁ ଆଜି ବଢ଼ିଯାଇଛି। ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୦୮,୯୨୧ ନୂଆ କରୋନା ରୋଗ ହୋଇଛି। ଗତ ସପ୍ତାହରେ କରୋନା ମାମଲାରେ ତୀବ୍ର ହ୍ରାସ ଘଟିଛି। ଯଦି ଆମେ ମେ ୬ ରେ ଆସିଥିବା କରୋନାର ୪,୧୪ ଲକ୍ଷ ମାମଲା ତୁଳନା କରୁତେବେ ବୁଧବାର ଦିନ ବାହାରିଥିବା କରୋନାର ନୂତନ ମାମଲା ପ୍ରାୟ ୫୦% ହ୍ରାସ ପାଇଛି। ଯାହା ଏକ ଆଶ୍ୱସ୍ତିକର ବିଷୟ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୮,୯୨୧ ନୂତନ COVID୧୯ ମାମଲା ୨,୯୫,୯୫୫ ସୁସ୍ଥ ଏବଂ ୪,୧୫୭ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,,୭୧,୫୭,,୭୯୫

ସମୁଦାୟ ଡିସଚାର୍ଜ: ୨,୪୩,୫୦,୮୧୬

ମୋଟ ମୃତ୍ୟୁ ସଂଖ୍ୟା: ୩,୧୧,୩୮୮

ସକ୍ରିୟ ମାମଲା: ୨୪,୯୫,୫୯୧

ଗତକାଲି ଟୀକାକରଣ: ୨୦,୩୯,୦୮୭

ମୋଟ ଟୀକାକରଣ: ୨୦,୦୬,୬୨,୪୫୬

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୪,୯୫,୫୯୧ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୪,୧୫୭ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୧୧,୩୮୮ ହୋଇଛି।

ଏଥି ସହିତ କରୋନାରୁ ୨୪,୩୫,୦୮୧୬ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୮୯,୬୬%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୪,୯୫,୫୯୧ ଯାହା ସମୁଦାୟ ସଂକ୍ରମଣର (୯,୧୯%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୯,୬୬%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୪୩,୫୦,୮୧୬ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧,୧୫%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୫ ମଇ ୨୦୨୧ ପର୍ଯ୍ୟନ୍ତ ୩୩,୪୮,୧୧,୪୯୬ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୨,୧୭,୩୨୦ ପରୀକ୍ଷା କରାଯାଇଥିଲା।

Related Posts

About The Author

Add Comment