ଦେଶରେ ପାଖାପାଖି ୧୦ ହଜାର ନୂଆ ମାମଲା, ମୋଟ ଆକ୍ରାନ୍ତ ୨.୭୬ ଲକ୍ଷ, ୭,୭୪୫ ମୃତ୍ୟୁ

Spread the love

ନୂଆଦିଲ୍ଲୀ ୧୦/୦୬ (ସନ୍ଧାନ ନିଉଜ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୮୫ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ୨.୭୬ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଦେଶରେ ମୋଟ ରୋଗୀଙ୍କ ମଧ୍ୟରୁ ୭,୭୪୫ ରୋଗୀଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭୯ ରୋଗୀଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ୯୦,୦୦୦-ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ମୁମ୍ବାଇରେ ୫୧ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ଲୋକଙ୍କ ଭିତରେ ଖେଳାଇଛି ଆତଙ୍କ। ଆଜି ବିଜେପି ନେତା ଜ୍ୟୋତିରାଦିତ୍ୟଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ମା’ଙ୍କ ମଧ୍ୟ ପଜିଟିଭ୍ ଆସିଛି। କେବଳ ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଆକ୍ରାନ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆଜି ଦିଲ୍ଲୀରେ ଉପ ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା ସମସ୍ତ ଦିଲ୍ଲୀବାସୀଙ୍କୁ ଡରାଇ ଦେଇଛି। ସିସୋଦିଆ କହିଲେ ଦିଲ୍ଲୀରେ ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ହେବ ସାଢ଼େ ପାଞ୍ଚ ଲକ୍ଷ। ତେଣୁ ଦିଲ୍ଲୀରେ ୮୦ ହଜାର ଶଯ୍ୟାର ଆବଶ୍ୟକତା ରହିଛି। ଏବେ ଆମେ ସୂଚାଇ ଦେବାକୁ ଚାହୁଁଛୁଯେ, ବର୍ତ୍ତମାନ ଦିଲ୍ଲୀରେ ଆକ୍ରାନ୍ତମାନଙ୍କୁ ହସ୍ପିଟାଲରେ ଶଯ୍ୟା ନମିଳିବା କାରଣରୁ ଅନେକଙ୍କର ମୃତ୍ୟୁ ହୋଇଛି।ଓଡ଼ିଶାରେ ଏ ପର୍ଯ୍ୟନ୍ତ ମୋଟ ୩୧୪୦ ଜଣଙ୍କ ଏପର୍ଯ୍ୟନ୍ତ ପଜିଟିଭ୍ ଆସିଥିବା ବେଳେ, ୨୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣ ସକ୍ରୀୟ ୯୯୬ ବିଭିନ୍ନ କୋଭିଜ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related Posts

About The Author

Add Comment