ଦେଶପ୍ରେମର ଆବେଗରେ ଗଡମଧୁପୁରରେ ୪ କିଲୋମିଟର କ୍ୟାଣ୍ଡେଲ ଶୋଭାଯାତ୍ରା

Spread the love

ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ମାନସ ରାଉତ) ଲାଭ ଓ ଲୋଭରେ ମତୁଆଲା ମଣିଷ ଅନେକ ସମୟରେ ମା, ମାଟିର ଡାକ ତଥା ଦେଶପ୍ରେମକୁ ଭୁଲିଯାଏ ବୋଲି ଅଭିଯୋଗ ହୋଇଥାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ମଧୁପୁରଗଡ ଅଂଚଳର ଯୁବଛାତ୍ରମାନେ ଦେଶପ୍ରେମର ଭାବନା ଓ ଆତ୍ମିୟତାକୁ ଶନିବାର ପ୍ରଦର୍ଶନ କରିଛନ୍ତି । ଶତାଧିକ ସଂଖ୍ୟାରେ ପାକିସ୍ଥାନ ସନ୍ତ୍ରାସବାଦଙ୍କ ବର୍ବରଚିତ ପାଶବିକତାପୂର୍ଣ୍ଣ କାର୍ଯ୍ୟ ବିରୋଧରେ ଦୀର୍ଘ ୪ କିଲୋମିଟର କ୍ୟାଣ୍ଡେଲ ଶୋଭାଯାତ୍ରା ସହ ପାକିସ୍ଥାନ ବିରୋଧୀ ସ୍ଳୋଗାନ ସାଧାରଣ ଜନମନକୁ ଆବେଗପୂର୍ଣ୍ଣ କରିବା ସହ ଦେଶ ବିରୋଧୀ ଶକ୍ତି ବିରୋଧରେ ଆନେ୍ଦାଳିତ କରିଥିଲା ।
ମଧୁପୁରଗଡରୁ ବାହାରି ଥିବା ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଯୁବଛାତ୍ରମାନେ ଦେଶପ୍ରେମର ବିଭିନ୍ନ ସ୍ଳେଗାନ ଦେଇ କୁକୁଡାଖାଳେଇ ଛକ ଦେଇ ବରଡା ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ଉପରେ କ୍ୟାଣ୍ଡେଲ ସହ କିଛି ସମୟ ଅମର ସହିଦଙ୍କ ଆତ୍ମାର ସଦଗତି ପାଇର୍ ନୀରବ ପ୍ରାର୍ଥନା କରିଥିଲେ । ଫୁଲୱାମା ଆତଙ୍କୀ ହମାଲାରେ ସହିଦ ହୋଇଥିବା ୪୦ ଯବାନ ଏବଂ ଓଡିଶାର ଜଗତସିଂହପୁର ଜିଲ୍ଲାର ପ୍ରଶହ୍ନ କୁମାର ସାହୁ, କଟକ ଜିଲ୍ଲାର ମନୋଜ କୁମାର ବେହେରାଙ୍କ ଆତ୍ମାର ସଦଗତି କାମନା କରାଯାଇ ଥିଲା । ଜାତୀୟ ରାଜପଥର ଯାତ୍ରୀ ଓ ଗାଡି ଗୁଡିକ ଠିଆ ହୋଇ ରହି ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ସହ ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ । ଏହାପରେ କ୍ୟାଣ୍ଡେଲ ଶୋଭାଯାତ୍ରାଟି ଭୁବନୁପର ଗ୍ରାମ ଦେଇ ପନ୍ତୁରୀ ଗାଁ ପରେ ପୁନଶ୍ଚ ଗଡମଧୁପୁରକୁ ଫେରିଥିଲା । ଅତୀତରେ ପରାଧୀନ ଭାରତରେ ଏଠାରେ ପ୍ରଜା ଆନେ୍ଦାଳନ ମୁଣ୍ଡ ଟେକିଥିବା ବେଳେ ସମଗ୍ର ରାଜ୍ୟରେ ଏହି ଆନେ୍ଦାଳନ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏବେ ମଧ୍ୟ ଯୁବଶକ୍ତି ମଧ୍ୟ ଅନୁରୂପ ଦେଶପ୍ରେମ ଥିବାର ସଂକେତ ବୋଲି ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳଙ୍କ ସମେତ ବହୁ ବୁଦ୍ଧିବୀବି ମତ ପ୍ରକାଶ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Related Posts

About The Author

Add Comment