ଦେଉଳୀ ପାହାଡରେ ମହିଳାଙ୍କୁ ହତ୍ୟା ଘଟଣା; ୪ ଅଟକ

ସୁସ୍ଥ ହେଲା ମୂମୁର୍ଷ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ,ବୟାନ ରେକର୍ଡ କଲା ପୋଲିସ
ଯାଜପୁର/ଧର୍ମଶାଳା, ୬/୫ (ସନ୍ଧାନ ନିୟୁଜ) ବାତ୍ୟା ଫନୀର ସୁଯୋଗ ନେଇ ଦେଉଳୀ ପାହାଡରେ ମା ଏବଂ ଝିଅକୁ ବଳାକôାଳ କରିବା ସହ ମାକୁ ହତ୍ୟା କରି ଝିଅକୁ ଫିଙ୍ଗି ଫେରାର ହୋଇଯାଇଥିବା ଘଟଣାରେ ଧିରେ ଧିରେ ସୂତା ଖିଅ ଭଳି ପଦାକୁ ଆସୁଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୪ଜଣକୁ ଗତକାଲି ରାତିରେ ଉଠାଇ ଆଣି ପଚାର ଉଚାର କରିଥିବା ବେଳେ ଅନେକ ରୋଚକ କଥା ଜାଣିବାକୁ ସକ୍ଷମ ହୋଇଛି । ଅନ୍ୟ ପଟରେ ଆହୁରି ଅନେକ ଘଟଣା ମଧ୍ୟ ପୋଲିସ ଆଗରେ ରହସ୍ୟବୃତ୍ତ ହୋଇ ରହିଥିବା ବେଳେ ଖୁବ ଶୀଘ୍ର ଏଥିରେ ସମ୍ପୁକ୍ତ ସମସ୍ତ ବ୍ୟକ୍ତିଙ୍କୁ ଧରା ହେବେ ବୋଲି ସାଧରଣ ଜନତା ଆଶାବଦୀ ଅଛନ୍ତି । ଫନି ଦିନ ଭୋଜି ଖାଇବା ବାହାନାରେ ଦେଉଳୀ ଘରୁ ମା ଏବଂ ଝିଅକୁ କେତେକ ଅପରାଧି ଉଠାଇନେଇ ଦେଉଳୀ ପାହାଡରେ ବଳକôାର କରିବା ସହିତ ମାକୁ ହତ୍ୟା କରିଥିଲେ । ଏପରିକି ତାହା ପୂର୍ବରୁ ବାଲେଶ୍ୱରରେ ଚାଳକ ଭାବେ କାର୍ଯ୍ୟ କରୁଥିବା ତାଙ୍କର ପୁଅ ତରୁଣ ସାମଲଙ୍କୁ ସେଠାରେ ମଧ୍ୟ ହତ୍ୟା କରିଥିଲେ । ହେଲେ ବାଲେଶ୍ୱରର ସହଦେବଖୁଂଟା ପୋଲିସ ତାହାକୁ ଆତ୍ମହତ୍ୟା ଭାବେ ଚିତ୍ରଣ କରିବାରେ ପ୍ରଚେଷ୍ଟା କରୁଥିବାବେଳେ ଦେଉଳୀ ପାହାଡରେ ହୋଇଥିବା ହତ୍ୟା ତାହାକୁ ପଦାକୁ ଆଣିବାରେ ସନେ୍ଦହ ସୃଷ୍ଟି କରିଛି । ମା ମିତା ଏବଂ ଝିଅକୁ ଉଠାଇବା ପରେ ଏହି ବିଷୟରେ ଝିଅର ବାପା କୃଷ୍ଣ ସାମଲ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟକରୁଥିବା ଅନ୍ୟ ପତ୍ନୀର ଝିଅକୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଥାନାରେ ଏତଲା ଦେଇଥିଲେ । ହେଲେ ଥାନ ପକ୍ଷରୁ ଏତଲାକୁ ରଖିଦେଇଥିଲେ ସୁଧା କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ ଯାହା ଫଳରେ ଅପରାଧୀ ମାନେ ଖସିଯିବାକୁ ସକ୍ଷମ ହୋଇଥିଲେ । ହେଲେ ହତ୍ୟା ଘଟଣା ପ୍ରଚାରିତ ହେବା ପରେ ପୋଲିସ ଗତାକଲି ୪ଜଣଙ୍କୁ ଅଟକ ରଖି ପଚାର ଉଚାର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏଭଳି ଅମାନବକ ଘଟଣାକୁ ଜୌନିକ ସମାଜସେବୀ ପୋଲିସି ଡିଜିଙ୍କ ଦୃ୍ଷ୍ଟି ଆକର୍ଷଣ କରି ବୀହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ପୋଲିସର ପାରିବ ପଣିଆ କେତେ ତାହା ସମସ୍ତ ଅପରାଧି ଧରା ପଡିଲେ ଜଣାପଡିବ ବୋଲି ଚର୍ଚ୍ଚା ଚାଲିଛି ।

Related Posts
About The Author