ଦୁର୍ନୀତି ନିବାରଣ ସଚେତନତା ଅବସରରେ ସଚେତନତା ଶୋଭାଯାତ୍ରା

Spread the love

ଯାଜପୁର, ୩୦/୧୦/୨୦୨୧ (ସନ୍ଧାନ ନିଉଜ) : ଶନିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଳ୍ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଦୁର୍ନୀତି ଏକ ସାମାଜିକ ବ୍ୟାଧି ଓ ଏହାର ମୂଳୋତ୍ପାଟନ ପାଇଁ ସବୁ ସ୍ତରରେ ଉଦ୍ୟମ ଜରୁରୀ ବୋଲି କହିଥିଲେ । ଲୋକମାନେ ସଚେତନ ହେବା ଓ ଅଧିକାରୀ, କର୍ମଚାରୀ ମାନେ ନିୟମ ଅନୁସାରେ ଉତ୍ତରଦାୟୀ ଭାବେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ପ୍ରତିପାଦନ କଲେ ଦୁର୍ନୀତି ହଟି ପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ ବିଭାଗର ଉପ-ଆରକ୍ଷୀ ଅଧିକ୍ଷକ ସୁଶୀଲ ଏକ୍ଳା ଦୁର୍ନୀତିକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଚ୍ଥି । ସରକାର ମଧ୍ୟ ଏହାର ନିବାରଣ ପାଇଁ ଅନେକ ନିୟମ କରିଚ୍ଥନ୍ତି । ତେଣୁ ପ୍ରତ୍ୟେକ ନିୟମ ଅନୁସାରେ କାର୍ଯ୍ୟ ସଂପାଦନ କରିବା ଓ ସଚେତନ ହେବାକୁ ସେ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସ୍କାଉଟ ଗାଇଡ୍ର ସଂପାଦକ ଅବିନାଶ ଖୁଣ୍ଟିଆ, ସବ୍-ଇନିସ୍ପେକ୍ଟର ଅନିଲ କୁମାର ସେଠୀ, ଭିଜିଲାନ୍ସ ବିଭାଗର ଇନିସ୍ପେକ୍ଟର ଅନସୂୟା ସେନାପତି, ପ୍ରଦୀପ ପତି, ସ୍କାଉଟ ଗାଇଡ୍ର କ୍ୟାଡଟ୍ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଯାଜପୁର ସହର ପରିକ୍ରମା କରିଥିଲେ ।

Related Posts

About The Author

Add Comment