ଦୁର୍ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ

Spread the love

ବାଲିଗୁଡା, ୨୧/୦୧/୨୦ (ସନ୍ଧାନ ନିଉଜ) : ବୋଲେରୋ ଓ ଅଟୋ ଧକ୍କାରେ ସୋମବାର କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରିର ନିଳିମା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମଙ୍ଗଳବାର ଜି. ଉଦୟଗିରି ନିକଟସ୍ଥ ନନ୍ଦଗିରିଠାରେ ରାଜ୍ୟ ରାଜପଥକୁ ଅଞ୍ଚଳବାସୀ ଟାୟାର ଜାଳି ଗଛ ପକାଇ ଅବରୋଧ କରିବା ସହ ମୃତ ନିଳିମାର ଛୋଟ ଝିଅର ପଢା ଖର୍ଚ୍ଚ ଏବଂ ଅନ୍ୟାନ୍ୟ କ୍ଷତିପୂରଣ ଦାବି କରିଥିଲେ।

ଘଟଣାସ୍ଥଳରେ ଜି. ଉଦୟଗିରି ଥାନା ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଆଇଆଇସି ଧୀରେଜ କୁମାର ଲେଙ୍କା ଏବଂ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସଞ୍ଜୀବ କୁମାର ପାତ୍ର ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଆଇଆଇସି ନିୟମ ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା। ସୂଚନାଯୋଗ୍ୟ, ସୋମବାର ଏକ ଅଟୋ ସହିତ ବୋଲେରୋ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ପଙ୍କଜ ପଟ୍ଟନାୟକ ଓ ନିଳିମା ନାୟକଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା। ହସ୍ପିଟାଲରେ ନିଳିମାଙ୍କ ମୃତ୍ୟୁ ଘଟିଥିଲା।

Related Posts

About The Author

Add Comment