ଦୁର୍ଘଟଣାରେ ଜଣେ ମୃତ, ଖାଦାନରେ ମୁତ୍ୟୁ ହୋଇଥିବା ନେଇ ଚର୍ଚ୍ଚା

Spread the love

ଯାଜପୁର/ଜେନାପୁର,୧୩/୭(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅନ୍ତର୍ଗତ ବାଘୁାଆ ବିଛାଖଣ୍ଡି ଗ୍ରାମ୍ୟ ଉନ୍ନୟମ ରାସ୍ତା କୁସୁନପୁଠାରେ ଏକ ହାଇୱା ଧକାରେ ଜଣକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ବେଣୁଧର ପ୍ରଧାନ(୫୦) ତାଙ୍କଘର ବାଲେଶ୍ୱର ଜିଲାରେ ବୋଲି ଜଣା ପଡିଛି । ସ୍ଥାନୀୟ ଅଂଚଳରେ ତାକୁ ବଣୁଆ ବୋଲି ଲୋକମାନେ ଡାକନ୍ତି । ସେ ଏଠାରେ ଛଅ/ସାତ ମାସ ଧରି ଚଗୁ ବାବୁ କ୍ରସରରେ ରହି କମ୍ପ୍ରେସର ରଡ କାମ କରୁଥିଲା ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ଗୋଟିଏ କୁକୁଡା ଧରି ବସାକୁ ଫେରୁଥିବା ସମୟରେ ବିପରିତ ବିଛାଖଣ୍ଡିରୁ ବାଘୁଆ ଅଭିମୁଖେ ଆସୁଥିବା ଏକ ମାଲ ବୋଝେଇ ହାଇୱା ମୁଣ୍ଡଠାରୁ ଅଣ୍ଟା ପର୍ଯ୍ୟନ୍ତ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଜେନାପୁର ଥାନାଧିକାରୀ ଶୁସାନ୍ତ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ଏସ ଆଇ ମନୋରଞ୍ଜନ ଦାସ ଘଟଣା ସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବସେôଦ ନିମନ୍ତେ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡି ସମ୍ବନ୍ଧରେ ଅନୁସନ୍ଧାନ ଚଳାଇଛନ୍ତି । ଗାଡିଟି କୁସୁନ ପୁର ପାହାଡ ମୁଣ୍ଡିଆ ପାଖରେ ଗ୍ରାମ ଠାକୁରାଣିଙ୍କ ପାଇଁ ଚାନ୍ଦା ଆଦାୟ ବାଟେ ଯାଇଥିବାରୁ ଗାଡିର ପରିଚୟ ଚାନ୍ଦା ଆଦାୟ କାର୍ଯ୍ୟରେ ନିୟୋଜିତ ଥିବା ଲୋକପାଖରୁ ମିଳି ପାରିବ ବୋଲି ସ୍ଥାନୀୟ ଲୋକମାନଙ୍କ ସୁତ୍ରରୁ ପ୍ରକାଶ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାଇ ଗାଡିରେ ସାଇରାମ ଲେଖାଯାଇଛି । ତେବେ ଏହାକୁ କେତକ ଲୋକ ଖାଦାନ ମୃତୁ୍ୟ ବୋଲି କହୁଥିବା ବେଳେ ଅନ୍ୟ କେହି ଏହା ଦୃର୍ଘଟଣା ବୋଲି ପ୍ରକାଶ କରୁଛନ୍ତି । ତେବେ ଏହା ଉପରେ ସଠିକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପକୃତ ସତ୍ୟସତ ପଦାକୁ ଆସିବ ବୋଲି ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment