ଯାଜପୁର, ୨୫/୧୧/୨୦୨୧ (ସନ୍ଧାନ ନିଉଜ) : ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶ କ୍ରମେ ସରକାର ୧୦ ଗୋଟି ଜିଲ୍ଳ୍ାରେ ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଚ୍ଥନ୍ତି । ସେହି ଅନୁସାରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ୧୦ ଗୋଟି ଜିଲ୍ଳ୍ାର ସମସ୍ତ ଆରକ୍ଷୀ ଅଧୀକ୍ଷକ ମାନଙ୍କୁ ଏହି ‘ଆପ୍’ ର ଉନ୍ମୋଚନ ପାଇଁ ପରାମର୍ଶ ଦିଆଯାଇଥିଲା । ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ନିଜ କାର୍ଯ୍ୟାଳୟରେ ଏହି ଆପ୍କୁ ଉନ୍ମୋଚନ କରିଚ୍ଥନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆଡିସିନାଲ ଏସ୍.ପି. ନାରାୟଣ ଚନ୍ଦ୍ର ବାରିକ, ଯାଜପୁର ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ, ପାଣିକୋଇଲି ଥାନା ଆଇ.ଆଇ.ସି. ଚିନ୍ମୟୀ ବେହେରା, ଡି.ଆର.ଏମ୍. ଶୁଭେନ୍ଦୁ ଶତପଥୀ, ଏନ୍.ଆଇ.ସି. ର ବୈଷୟିକ ନିଦେ୍ର୍ଦଶକ ସୁଧାଂଶୁ ମୋହନ ଶତପଥୀ ଓ ସବ୍-ଇନିସ୍ପେକ୍ଟର ସୁଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆପ୍ ଜରିଆରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । ପୋଲିସ, ପରିବହନ କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ଓ ଏନ୍.ଆଇ.ସି. ପ୍ରମୁଖଙ୍କ ଉପସ୍ଥିତିରେ ଦୁର୍ଘଟଣାର କାରଣ ଖୋଜାଯିବ । ଦୁର୍ଘଟଣାର ପ୍ରକୃତ ଡାଟାବେସ୍ ଅନ୍ଲାଇନ ମାଧ୍ୟମରେ କରାଯିବ । ଏହି ଆପ୍ ଦ୍ୱାରା କେଉଁ କାରଣରୁ ଦୁର୍ଘଟଣା ହେଉଚ୍ଥି ସ୍ପଷ୍ଟ ଭାବେ ଜଣାପଡିବ, ଯାହା ପଂଳରେ ଦୁର୍ଘଟଣା ନିରାକରଣରେ ଏହା ସହାୟକ ହେବ । ଯାଜପୁର ସମେତ ପୁଂଲବାଣୀ, ରାୟଗଡା, ନୟାଗଡ, ଢେଙ୍କାନାଳ, ସମ୍ୱଲପୁର, ନବରଙ୍ଗପୁର, ଦେଓଗଡ ଓ ଝାରସୁଗୁଡା ଜିଲ୍ଳ୍ାରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କରାଯାଇଚ୍ଥି ।
ଦୁର୍ଘଟଣାର କାରଣ ଓ ନିରାକରଣ ପାଇଁ ‘ଆପ’ ପ୍ରଚଳନ ବୈଠକ
|
November 25, 2021 |



