ନୁଆଦିଲ୍ଲୀ, : ଛତିଶଗଡର ଯଶପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁର୍ଗା ପୂଜା ଭଶାଣି ଶୋଭାଯାତ୍ରା ନେଇ ଯାଉଥିବା କିଛି ଲୋକଙ୍କ ଉପରେ ଏକ କାର ଚଢିଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ କାରକୁ ଗୋଡାଇ ଡ୍ରାଇଭରକୁ ଧରିବା ସହିତ କାରରେ ନିଆଁ ଲଗାଇ ଦେଇଥିଲେ। ତେବେ ମିଳିଥିବା ସୂଚନା ମୁତାବକ କାରରେ ବହୁ ପରିମାଣର କେଞ୍ଜଇ ଭର୍ତ୍ତି କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ବ୍ଲକ ମେଡିକାଲ ଅଫିସର ଜେମ୍ସ ମିନଜ କହିଛନ୍ତି ଯେ ଗୋଟିଏ ମୃତଦେହକୁ ଡାକ୍ତରଖାନା ଅଣାଯାଇଛି ଏବଂ ଅନ୍ୟ ୧୬ ଜଣଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ୧.୩୦ ସମୟରେ ଘଟିଛି। ଏହି ଘଟଣା ପରେ ରାଗିଯାଇ ଲୋକମାନେ ପାଥାଲଗାଓଁ ପୋଲିସ ଷ୍ଟେସନରେ ଘେରି ରହି ମୃତଦେହକୁ ଗୁମଲା-କାଟନି ଜାତୀୟ ରାଜପଥରେ ରଖିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲୋକମାନେ କହିଛନ୍ତି ଯେ ଜଣେ ଗଞ୍ଜେଇ ଚୋରା କାରବାରରେ ଜଡିତ ଲୋକକୁ ଜବତ କରିଛନ୍ତି। ଲୋକମାନେ ଇଝଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଦୁର୍ଗା ପୂଜା ଭଶାଣି ଶୋଭାଯାତ୍ରାରେ ଲୋକଙ୍କ ଉପରେ ମାଡିଗଲା କାର, ଜଣେ ମୃତ ୧୬ ଆହତ
|
October 15, 2021 |


