ଦୁର୍ଗମ ବଣ୍ଡା ଘାଟିର ରୋଗୀଙ୍କ ପାଇଁ ବୁଲେଟ ଆମ୍ବୁଲାନ୍ସ ସେବା ଆରମ୍ଭ

Spread the love

ମାଲକାନଗିରି ,୬ ।୬ (ଓଡିଆ ପୁଅ ) ପ୍ରଥମ ଥରକରି ଦୁର୍ଗମ ବଣ୍ଡାଘାଟିର ଅପହଁଚ ଇଲାକାର ଆଦିମାନବ ବଣ୍ଡାସଂପ୍ରଦାୟର ରୋଗୀ ଙ୍କ ପାଇଁ ବୁଲେଟ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ଦୁର୍ଗମ ବଣ୍ଡାଘାଟି ଆଣ୍ଡ୍ରାହଲ ପଚାଂୟତ ରେ ଏହି ସେବା ପ୍ରଥମ କରି ଆରମ୍ଭ ହୋଇ ଅପହଁଚ ଦୁର୍ଗମ ଇଲାକା ଗ୍ରାମଗୁଡିକରୁ ରୋଗିଙ୍କୁ ବୁଲେଟ ଆମ୍ବୁଲାନ୍ସରେ ବୁହାହୋଇ ହସପିଟାଲକୁ ନିଆଯାଇଛି । ବଣ୍ଡା ଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତର ୩୨ଟି ରାଜସ୍ୱଗ୍ରାମରେ ବଣ୍ଡା ସଂପ୍ରଦାୟର ଆଦିମ ଜନଜାତି କେଉଁଆବାହନ କାଳରୁ ବସବାସ କରିଆସୁଛନ୍ତି ।ମୁଦୁଲିପଡା ପଚାଂୟତକୁ ପ୍ରାୟ ସବୁଦିଆ ରାସ୍ତା ଥିବାବେଳେ ଦୁର୍ଗମ ଅଣ୍ଡ୍ରାହଲ ପଚାଂୟତର ଅନେକ ଗ୍ରାମରୁ ଭଲ ରାସ୍ତା ଟିଏ ନଥିବାରୁ ସେହି ସବୁ ଗ୍ରାମର ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉନଥିଲା । ଗ୍ରାମବାସୀ ମାନେ ଭାର, ଖଟିଆରେ ରୋଗିଙ୍କୁ ବୋହି ପାଦରେ ଚାଲି ଚାଲି ହସପିଲାକୁ ନେଇ ରୋଗିକୁ ଚିକିତ୍ସା କରୁଥିଲେ । ପ୍ରାୟ ରୋଗୀଙ୍କର ଅଧାବାଟରେ ଜୀବନ ମଧ୍ୟଚାଲି ଯାଉଥିଲା । ଏହି ସବୁ ଅସୁବିଧା କୁ ଦୃଷ୍ଟି ରଖି ମାଲକାନଗରି ଜିଲ୍ଲାପ୍ରଶାସନ,ଓପିଲିପି ଓ ବଣ୍ଡାଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଥମ ଥର କରି ଅଣ୍ଡ୍ରାହାଲ ପଚାଂୟତରେ ବିକାଶ ସ୍ୱେଚ୍ଛା ସେବୀ ଅନୁଷ୍ଟାନ ଦ୍ୱାରା ବୁଲେଟ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ଏହି ବୁଟେଲ ଆମ୍ବୁଲାନ୍ସ ଦୁର୍ଗମ ଗ୍ରାମକୁ ଯାଇ ରୋଗୀଙ୍କୁ ହସପିଟାଲ କୁ ନେବା ଆଣିବାରେ ସହାୟକ ହେବ ,ପ୍ରଥମ କରି ଗୋଟିଏ ଆମ୍ବୁଲନ୍ସ ସେବା ଆରମ୍ଭ କରିଛି, ଏହା ସଫଳ ହେଲେ ଦୁର୍ଗମ ଗ୍ରାମର ରୋଗୀଙ୍କ ପାଇଁ ଅଧିକ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲକୁମାର ନନ୍ଦ କହିଛନ୍ତି ।

Related Posts

About The Author

Add Comment