ସୁନ୍ଦରଗଡ଼ ତା:୧୫-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତ କାଲି ବାଲିଶଙ୍କରା ବ୍ଲକ ର ବିଭିନ୍ନ ସ୍ଥାନ ରେ ମହିଳା ମା ମାନେ ନିଜର ପୁଅ ମାନଙ୍କ ଦୀର୍ଘାୟୁ କାମନା ନିମନ୍ତେ ଦୁତି ବାହନ ବା ପୁଅ ଜିଉଁନ୍ତିଆ ଓଷା ପାଳନ ଧୁମଧାମ ରେ ପାଳନ କରିଛନ୍ତି l ପ୍ରତି ବର୍ଷ ଅଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଦିନ ଏହି ଓଷା ପାଳନ କରାଯାଇଥାଏ l ପଶ୍ଚିମ ଓଡିଶା ରେ ଏହି ଓଷା କୁ ମୁଖ୍ୟ ପର୍ବ ଭାବେ ଲୋକେ ମାନିଥାନ୍ତି l ଏହି ଓଷା କୁ ଲୋକେ କରମା ପୂଜା ଭାବେ ମଧ୍ୟ ଜାଣନ୍ତି l ପ୍ରତ୍ୟେକ ପରିବାର ର ମହିଳା ମା ମାନେ ନିଜର ପୁଅ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଦିନ ସାରା ଉପବାସ ରହି ଜଙ୍ଗଲ ରୁ କରମ ଡାଳ, ତୁଳସୀ ଗଛ, ପିପିଲି ଡାଳଓ ପଲାଶ ଡାଳ କୁ ପୂଜା କରି ଆମତ୍ରଣ କରି ଆଣି ନିଜର ଘର ଦୁଆର ରେ ଦୁଧ, ଧୂପ ଦୀପ, ବସ୍ତ୍ର ଆଦି ଦେଇ ପୂଜା କରି ସ୍ଥାପନ କରାଯାଇଥାଏ l ପୁରାତନ ଯୁଗରେ ସୁଯ୍ୟ ଦେବ ବା ଦୁତି ବାହନ ଙ୍କୁ ପୂଜା କରି କେମିତି ପୂର୍ବ କାଳ ମହିଳା ମା ମାନେ ପୁଅ ମାନଙ୍କ ଦୀର୍ଘାୟୁ କାମନା କରି ସୁ ଫଳ ପାଇଥିଲେ ଓ ଯିଏ ଏହି ଓଷା କୁ ବିରୋଧ କରିଥିଲେ ତାଙ୍କୁ କୁ ଫଳ ମିଳିଥିଲା ସେ ବିଷୟ ର କାହାଣୀ କୁହା ଯାଇଥାଏ ଓ ଶୁଣା ଯାଇଥାଏ l ଏହା ପରେ ମହିଳା ମା ମାନେ ନିଜ ନିଜ ଘରକୁ ଫେରି ଆସି ନିର୍ଜଳା ରାତି କାଟନ୍ତି l: ରାତି ରେ ଅଞ୍ଚଳ ରେ ସମସ୍ତେ ମିଶି ଗୀତ ନୃତ୍ୟ ର ନାଚ ମାଦଳ ର ତାଳେ ତାଳେ ମୁଖରିତ ହୋଇଥାଏ l ମହିଳା ମା ମାନେ ଭୋର ସକାଳୁ ଉଠି ଗାଧୁଆ ପାଧୁଆ ସାରି ପୁଅହାତ ରେ ପୂଜା କରାଯାଇଥିବା ଦୁବ ବାନ୍ଧି ପୁଅ ର ଦୀର୍ଘାୟୁ କାମନା କରିଥାନ୍ତି l ସକାଳେ ଦୁତି ବାହନ ସ୍ୱରୂପ କରମ ଡାଳ କୁ ସମସ୍ତେ ଉପବାସ କରିଥିବା ମହିଳା ମା ମାନଙ୍କ ଘର ମାନଙ୍କୁ ବୁଲାଇ ଦୁତି ବାହନ କରମ ଡାଳ ର ପାଦ ଧୋଇ ପୂଜା କରି ଶେଷରେ ପାଖରେ ଥିବା ନଦୀ ନାଳ କୁ ନେଇ ଭସାଇ ଦିଆ ଯାଇଥାଏ l
ଦୁତି ବାହନ ବା ପୁଅ ଜିଉଁନ୍ତିଆ ଓଷା ପାଳନ
|
September 15, 2025 |



