ଯାଜପୁର ସଦର,୧୮ା୦୫(ସନ୍ଧାନ ନିୟୁଜ/ଜି ଦାସ): ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାର ମଧ୍ୟରେ ଜାଗାକୁ କେନ୍ଦ୍ରକରି ୬ ଜଣ ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମ ପଂଚାୟତ ଚାନ୍ଧପୁର ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ଦୁଇ ସଂଖ୍ୟାଲଘୁ ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ୬ ଜଣ ଆହତ ହୋଇଥିବା ଜଣାଯାଇଛି । ଏଠାରେ ସୂବନା ଯୋଗ୍ୟ ଯେ, ସେକ୍ ତମିଜ ଅଲ୍ଲିଙ୍କ ପରିବାର ନିଜ ଜାଗା ଉପରେ ଏକ ଶୌଚାଳୟ ନିର୍ମାଣ କରିଥିବା ବେଳେ, ଆଉ ଏକ ସଂଖ୍ୟାଲଘୁ ପରିବାର ମେହେବୁବ୍ ଆଲାମ ଏହି ଜାଗାକୁ ନିଜର କହି ଦାବି କରୁଥିବା ବେଳେ, ସେଠାରେ ପରିସ୍ରା କରିବାରୁ ମେହେବୁବ୍ ପରିବାର ବୋରୋଧ କରୁଥିଲେ । ଏହି ବିରୋଧକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ବଚସାରୁ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିଥିଲା । ଏଥିରେ ଉତ୍ତେକ୍ତ ହୋଇ ସେକ୍ ମେହେବୁବ୍ଙ୍କ ପରିବାର ତମିଜ ଅଲ୍ଲିଙ୍କ ପରିବାରକୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେକ ତମିଜ ଅଲ୍ଲିଙ୍କ ୪ ପୁଅ ସେକ୍ ମୋସିଦ, ସେକ୍ ମୋଜାକିର, ସେକ୍ ମୌବାସିର, ସେକ୍ ଜମିର ଗୁରତର ଆହତ ହୋଇଥିବା ବେଳେ, ସେମାନଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମେହେବୁବ୍ ଆଲାମ୍ ପରିବାର ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି । ଏହି ଗଣ୍ଡଗୋଳକୁ ନେଇ ଦୁଇ ପରିବାରଙ୍କ ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିରେ ଏତଲା କରିବାରୁ ଫାଣ୍ଡିଅଧିକାରୀ ପରମାନନ୍ଦ ସେଠୀ, ଆଇ.ଆଇ.ସି ଶ୍ରୀ ପାତ୍ର ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରୁଥିବା ଜଣାଯାଇଚି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଚି ।
ଦୁଇ ସଂଖ୍ୟାଲଘୁ ପରିବାରଙ୍କ ମଧ୍ୟରେ ଜାଗାକୁ କେନ୍ଦ୍ରକରି ଗଣ୍ଡଗୋଳ
|
May 18, 2021 |