ଯାଜପୁର, ୩୦/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଂଚାୟତ ଗୋପିନାଥପୁର ଗ୍ରାମର ସଦାନନ୍ଦ ବାରିକ ଏବଂ କୁମର ବାରିକଙ୍କ ଘର ଅଗ୍ନିକାଣ୍ଡରେ ଜଣିଯାଇଥିବା ବେଳେ, ସରକାରୀ ସହାୟତା ସାତସପନ ପାଲଟିଥିବା ଦେଖିବାକୁ ମିଳିଚ । ରସୁଲପୁର ବ୍ଲକ୍ ବଡ଼କଇଁଚି ପଂଚାୟତର ସଦାନନ୍ଦ ବାରିକଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ, ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତା ସାତସପନ ପାଲଟିଚି । ଅଗ୍ନିଶମ ବାହିନୀ ରିପୋର୍ଟକୁ ଆଧାର କରି ସ୍ଥାନୀୟ ଆରଆଇ ତଦନ୍ତ କରିବା ସହିତ ଏହି ଅସହାୟ ପରିବାର ଦୁଇବର୍ଷ ହେଲା ସରକାରୀ ସହାୟତା ପାଇବାକୁ ଚାତକ ପରି ଚାହିଁରହିଥିବା ବେଳେ, ମୋ କୁଡ଼ିଆ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରୀ ଶୁଣୁନଥିବା ବେଳେ, ଏନେଇ ଏହି ଅସହାୟ ପରିବାର ଗଣମାଧ୍ୟମର ସହାୟତା ନେଇଛନ୍ତି । ତୁରନ୍ତ ଯାଜପୁର ଜିଲ୍ଲାପାଳ, ରସୁଲପୁର ବିଡ଼ିଓ ତଦନ୍ତ କରିବା ସହିତ ଏହି ଅସହାୟ ପରିବାରକୁ ସହାୟତା ଦେବାପାଇଁ ସାମ୍ବାଦିକ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଦୁଇ ଭାଇଙ୍କୁ ସରକାରୀ ସହାୟତା ସାତ ସପନ ପାଲଟିଚି
|
July 31, 2021 |


