ଧର୍ମଶାଳା, ୧୦/୧୦/୨୦୨୨ (ସନ୍ଧାନ ନିଉଜ) ଦୁଇ ଗୋଷ୍ଠୀ ବିବାଦ କୁ ନେଇ ଲାଗୁ ହେଲା ୧୪୪ ଧାରା l ନିରାଡ଼ମ୍ବର ରେ ନୀତି କାନ୍ତି ଅନୁସାରେ ପାଳନ ହେବ ପ୍ରଭୁ ଗିରିଗୋବର୍ଦ୍ଧନଙ୍କ ପୂଜା l ସୂଚନା ମୁତାବକ ରସୁଲୁପୁର ବ୍ଲକ ଅନ୍ତର୍ଗତ ସିଂହାପୁର ପଞ୍ଚାୟତ ବ୍ରାହ୍ମଣବାର୍ଡ଼ ଗ୍ରାମରେ l ୨୦୦ ସହ ବର୍ଷ ଧରି ପାଳିତ ହୋଉଥିବା ପ୍ରଭୁ ଗିରିଗୋବର୍ଦ୍ଧନଙ୍କ ପୂଜା ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ବିବାଦ ଲାଗିରହିଥିଲା l କୁଆଖିଆ ପୋଲିସ ର ବାରମ୍ବାର ହସ୍ତାକ୍ଷପ ପରେ ମଧ୍ୟ ଅପସ ବୁଝା ବଣା ହୋଇପାରିନଥିଲା l ଏଣୁ ବିବାଦୀୟ ପରସ୍ଥିତି ଅଧିକ ହୋଇଥିବାରୁ ଏକ ପକ୍ଷ କୋର୍ଟ ର ଦ୍ୱାରସ୍ତ ହୋଇଥିଲାl କୋର୍ଟ ର ନୋଟିସ ପାଈ ପୋଲିସ ୧୪୪ ଧାରା ଲାଗୁକରିଛି
ଦୁଇ ଗୋଷ୍ଠୀ ବିବାଦକୁ ନେଇ ଲାଗୁ ହେଲା ୧୪୪ ଧାରା ; ନିରାଡ଼ମ୍ବର ହେବ ପ୍ରଭୁ ଗିରିଗୋବର୍ଦ୍ଧନଙ୍କ ପୂଜା
|
October 19, 2022 |



