ଦିଲ୍ଲୀରେ ଭୂମିକମ୍ପ – ରିକ୍ଚର ସ୍କେଲରେ ୪.୬

Spread the love

ନୂଆ ଦିଲ୍ଲୀ, ୨୯/୦୫/୨୦ (ସନ୍ଧାନ ନିଉଜ) : ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୦୯ ଟା ୦୮ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୪.୬ ଥିଲା ବୋଲି ଜଣାପଡ଼ିଛି। ଏହାର ଏପି ସେଣ୍ଟର ରୋହତକରେ ଥିଲା ବୋଲି କୁହାଯାଉଛି। କୌଣସି କ୍ଷୟକ୍ଷତି ହୋଇଥିବାଖବର ନାହିଁ। ଏଥିରେ ଭୟଭୀତ ନ ହେବାକୁ କୁହାଯାଇଛି। ଏହି ଭୂମିକମ୍ପ ଦିଲ୍ଲୀ, ନୋଇଡା, ହରିୟାଣା, ପଞ୍ଜାବରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ପୂର୍ବରୁ ଗତ ୧୫ ତାରିଖରେ ଦିଲ୍ଲୀ ଏବଂ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୨.୨ ଥିଲା। ଏହାର ଏପି ସେଣ୍ଟର ଦିଲ୍ଲୀର ଉତ୍ତର ପଶ୍ଚିମରେ ୧୩ କିମି ଦୂରରେ ଥିଲା।

ଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ୪ ଥର ମୃଦ୍ୟୁ ଭୂମିକମ୍ପ ହୋଇଛି ।

Related Posts

About The Author

Add Comment