ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜ୍ୱର ଏବଂ ଅକ୍ସିଜେନ କମ କାରଣରୁ ହସ୍ପିଟାଲରେ ଭର୍ତ୍ତି

Spread the love

ନୂଆ ଦିଲ୍ଲୀ ୧୬/୦୬ (ସନ୍ଧାନ ନିଉଜ) : ହଠାତ୍ ଜ୍ୱର ଏବଂ ଅମ୍ଳଜାନ ସ୍ତର ହ୍ରାସ ହେତୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଟ୍ୱିଟ କରି ପ୍ରକାଶ କରିଛନ୍ତି ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ। ତାଙ୍କୁ RGSSH ରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି।

ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ଏବଂ ଅମ୍ଳଜାନ ଅଭାବ ହେତୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ରାତିରେ କରୋନା ଭଳି ଲକ୍ଷଣ ଦେଖାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନାନୁସାରେ, ଆଜି ସକାଳେ ସତ୍ୟେନ୍ଦ୍ର ଜୈନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି, ଯାହାର ରିପୋର୍ଟ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସକାଳେ ଆସିବ ବୋଲି ଆଶା କରାଯାଉଛି।

Related Posts

About The Author

Add Comment