ମୁମ୍ବାଇ୮/୧୦(ସନ୍ଧାନ ନିୟୁଜ): ବର୍ଷିୟାନ୍ ବଲିଉଡ୍ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଦିଲ୍ଲୀପ କୁମାରଙ୍କ ଟୁଇଟର୍ ହାଣ୍ଡେଲରୁ ଫଇଜଲ୍ ଫାରୁକି ଏହି ସୂଚନା ଟ୍ଵିଟ୍ କରି ଦେଇଛନ୍ତି। ସେ କରିଥିବା ଟ୍ଵିଟ୍ ଅନୁଯାୟୀ, ନିମୋନିଆ ଆକ୍ରାନ୍ତ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ରବିବାର ରାତିରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଛି।
ଦିଲୀପ କୁମାର ପୁଣି ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି ହେଲେ
|
October 8, 2018 |