ଯାଜପୁର :୦୧/୧୦) ସନ୍ଧାନ ନ୍ୟୁଜ )ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସର ଶୁଭ ଅବସରରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବ୍ୟାଙ୍ଗ ଇଂ. ମନୋଜ କୁମାର ଜେନା ଓ ବାବୁଲି ଜେନାଙ୍କୁ ଯାଜପୁର ଜିଲ୍ଲାପାଳଙ୍କ ଠାରୁ ସମ୍ବର୍ଦ୍ଧନା କରାଯାଇଛି।
ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସହିତ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ମନୋଜ କୁମାର ଜେନା ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ କରି, ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ, ରକ୍ତ ସଂଗ୍ରହ ଓ ଲୋକହିତର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସୁଛନ୍ତି।
ତାଙ୍କର ଏହି ସେବାମୂଳକ ଅଭିଯାନ ଦ୍ୱାରା ସେ ଅଞ୍ଚଳରେ ଗୋଟିଏ ଜୀବନ୍ତ ପ୍ରେରଣାରେ ପରିଣତ ହୋଇଛନ୍ତି।
ସମ୍ବର୍ଦ୍ଧନା ଅବସରରେ ମନୋଜ କୁମାର ଜେନା କହିଥିଲେ –
“ଲୋକମାନଙ୍କ ଜୀବନରେ ଯେପରି ରକ୍ତର ମହତ୍ତ୍ୱ, ସେପରି ସରକାରୀ ଯୋଜନା ପାଇବାରେ ସଚେତନତା ଓ ସଂଘଟିତ ଲଢ଼େଇ ମଧ୍ୟ ଆବଶ୍ୟକ। ମୁଁ ସଦା ସମୟରେ ଲୋକମାନଙ୍କ ହିତ ପାଇଁ ଲଢ଼େଇ ଜାରି ରଖିବି।”ମନୋଜଙ୍କ ସେବାଭାବ, ସଙ୍କଳ୍ପ ଓ ଦୃଢ଼ତା ଆଜି ଯୁବପିଢ଼ୀଙ୍କୁ ସମାଜ ପାଇଁ କାମ କରିବାରେ ପ୍ରେରଣା ଦେଉଛି।ତାଙ୍କର ସମ୍ବର୍ଦ୍ଧନା କେବଳ ବ୍ୟକ୍ତିଗତ ସ୍ୱୀକୃତି ନୁହେଁ, ବରଂ ସମାଜ ସେବାରେ ନିର୍ବାର୍ଥ ସେବାଭାବକୁ ସମସ୍ତଙ୍କ ପାଇଁ ଏକ ପଥଦର୍ଶକ ଭାବେ ପ୍ରସ୍ତୁତ କରିଛି।



