ଦାନ୍ତେବାଡା ଏସପିଙ୍କ ନିକଟରେ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ

Spread the love

ଛତିଶଗଡ଼, ୨୬/୮ (ସନ୍ଧାନ ନିଉଜ) ଛତିଶଗଡ଼ର ଦାନ୍ତେବାଡାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି | ଆଜି ଦାନ୍ତେବାଡା ଏସପିଙ୍କ ସମ୍ମୁଖରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛି ତାହାର ନାମ ମୁଚକି ବୁଡରା ହୋଇଥିବାବେଳେ ଏହାର ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା | ମିଳିଥିବା ସୂଚନା ମୁତାବକ ବହୁ ହିଂସାକାଣ୍ଡ ଓ ନକ୍ସଲ ଆକ୍ରମଣରେ ମୁଚକି ସମ୍ପୃକ୍ତ ଥିଲା |

ମୁଚକିର ଘର ଜାଗରକୋଣ୍ଡା ହୋଇଥିବାବେଳେ ୨୦୦୭ ମସିହାରୁ ସେ ନକ୍ସଲ ସଂଗଠନ ସହ ସମ୍ପୃକ୍ତ ହୋଇଥିଲା | ଦାନ୍ତେବାଡା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଯେ ୨୦୦୭ରେ ସେ ନକ୍ସଲ ସଂଗଠନରେ ଯୋଗ ଦେଇଥିବାବେଳେ ୨୦୧୦ ମସିହାରେ ଡେପୁଟି କମାଣ୍ଡରର ପଦୋନ୍ନତି ପାଇଥିଲା |

କଂଗ୍ରେସ ନେତା ଅଭଦେଶ ଗୌତମଙ୍କ ଉପରେ ଆକ୍ରମଣ ସହ ପୁଲିସ ଇନଫର୍ମର ସନ୍ଦେହରେ ବହୁ ସାଧାରଣ ବ୍ୟକ୍ତିଙ୍କ ଜୀବନ ମଧ୍ୟ ନେଇଥିଲା | ସେହିପରି ୨୦୧୨ ମସିହାରେ ସିଆଇଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ମୁଚକିର ସମ୍ପୃକ୍ତି ଥିଲା ଏଥିରେ ୬ ଜଣ ଯବାନ ସହିଦ ହୋଇ ଯାଇଥିଲେ

Related Posts

About The Author

Add Comment