ଯାଜପୁର, ୨/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲା ଧର୍ମଶାଳା ବ୍ଲକ କବାଟବନ୍ଧ ନିକଟସ୍ଥ ବ୍ରହ୍ମଣି ପୋଲର ଅପର ପା ସ୍ୱରର ଆଜି ଶନିବାର ମଧ୍ୟ୍ୟନରେ ଏକ ସିମେଣ୍ଟ ବୋଝେଇ ଟ୍ରକ. ଏକ ଦଶଚକିଆ ଟ୍ରକ ପଛଭାଗକୁ ଧକ୍କା ଦେବାରୁ ଜଣେ ଚାଳକ ଆହତ ହୋଇଥିବା ଜଣା ପଡିଛି. ଘଟଣା ରୁ ପ୍ରକାଶ ଯେ ଚଣ୍ଡିଖୋଲ ଡ଼ୁବୁରୀ 53ନମ୍ବର ଜାତୀୟ ରାଜପଥ ରେ ଆସୁଥିବା ଏକ ସିମେଣ୍ଟ ବୋଝେଇଟ୍ରକ (ଓ ଆର 04ଜି 6460) ହଟାତ ଗାଡିଟିକୁ ଧକ୍କା ଦେଇଥିଲା ଫଳରେ ଟ୍ରକ ଟିର ଆଗପଟ ଭାଙ୍ଗି ଚୁରୁମାର ହେବାସହିତ ଚାଳକ ଜଣକ ଆହତ ହୋଇଥିଲେ ଚାଳକ ଜଣକ ଧର୍ମଶାଳା ଥାନା ଅଧୀନ ଜାରକା ଅଂଚଳ ର ଶ୍ରୀମତ ମଲ୍ଲିକ ବୋଲି ଜଣାପଡିଛି ଖବର ପାଇ ଡ଼ୁବୁରୀ ଥାନା ଏ ଏ ସ, ଆଇ ମନୋଜ କୁମାର ପଣ୍ଡା ଘଟଣା ସ୍ଥଳରେପହଁଚି ଟ୍ରକଟିକୁ ଜବଦ କରିବା ସହ ତଦନ୍ତ ଜାରି ରଖିଛନ୍ତି
ଦଶଚକିଆ ଗାଡି ପଛପଟୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ, ଜଣେ ଆହତ
|
February 2, 2019 |



