ରାଉରକେଲା୨୬/୮ (ସନ୍ଧାନ ନିଉଜ/ଏସ.ନାୟକ ): ସୁନ୍ଦରଗଡ଼ରେ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି । ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ସଦର ଫରେଷ୍ଟ ରେଞ୍ଜରେ ଏକ ଦନ୍ତା ହାତୀ ୩ ଜଣଙ୍କୁ ଆକ୍ରମଣ କରିବା ସହିତ ଏକାଧିକ ଘର ଭାଙ୍ଗି ଦେଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଟିଙ୍ଗିଡ଼ିହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ଘର ବାହାରେ ଥିବାବେଳେ ଦନ୍ତାଟି ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସବଡେଗା ହମିରପୁରରେ ହାତୀ ଆକ୍ରମଣରେ ଦମ୍ପତି କୁମାରବର ସାହୁ ଓ ତାଙ୍କ ପତ୍ନୀ ପଦ୍ମିନୀ ସାହୁ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ବାମୀ କୁମରମଣି ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ହୁଟୁପାନି ଗାଁରେ ହାତୀ ଏକାଧିକ ଘର ଭାଙ୍ଗି ଦେଇଛି । ହାତୀ ଉପଦ୍ରବକୁ ନେଇ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ।
ଦନ୍ତା ଆତଙ୍କ: ବୃଦ୍ଧ ମୃତ, ଦମ୍ପତ୍ତି ଗୁରୁତର
|
August 26, 2019 |
