ଦଇବ ସାଜିଲା ଦାଉ; କୁତ୍ରିମ ଗୋଡ଼ ଲଗେଇବାକୁ ବାଧକ ସାଜିଛି ଭିନ୍ନକ୍ଷମ ପ୍ରମାଣ ପତ୍ର

Spread the love

ଜେନାପୁର, ୨୩/୦୧ (ସନ୍ଧାନ ନିଉଜ୍ /ପ୍ରଶାନ୍ତ ସାମଲ) ଏମିତିବି ଆସିପାରେ ଦୁଃଖ ହସଖୁସିର ସଂସାର ଭିତରେ ଅଧାରୁ ଉଠିଲା ଅଦିନିଆ ଝଡ଼ ତିନି ତିନିଜଣ ଝିଅଙ୍କ ମଧ୍ୟରେ ଗୋଟିଏ ବୋଲି ପୁଅ ବାପାମାଆଙ୍କର ବୃଦ୍ଧା ଅବସ୍ଥାରେ ବୋଝ ଉଠେଇବା ପୂର୍ବରୁ ନିଜେଏବେ ପାଲଟି ଯାଇଛି ବାପ ମାଙ୍କର ବୋଝ। ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତର ରେଖିଦେଇପୁର ଗ୍ରାମର ଦିନ ମଜୁରିଆ ଦୁର୍ଯ୍ୟୋଧନ ବଳଙ୍କ ପରିବାରରେ। ଘଟଣାରୁ ପ୍ରକାଶ ଦୁର୍ଯ୍ୟୋଧନ ଙ୍କ ପୁଅ ଶଙ୍କର ବୟସ ମାତ୍ର ୧୫ ବର୍ଷ ଗତବର୍ଷ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଏକ ମଟର ସାଇକେଲରେ ଶଙ୍କର ଗୋଡ଼କୁ ଧକ୍କା ଦେଇ ଚାଲି ଯାଇଥିଲା ଶଙ୍କର ତଳେ ପଡିଯାଇଥିଲା ।ମାତ୍ର ଶଙ୍କର ବାପାଙ୍କ ଭୟରେ କାହାକୁ କିଛି ନ କହି ଦେହର କଷ୍ଟ ଦେହରେ ମାରି ରହିଯାଇଥିଲା।

ବର୍ଷକ ପରେ ଗୋଡ଼ରେ ଯନ୍ତ୍ରଣା ହେବାରୁ ସଙ୍କରର ବାପା ମେଡିକାଲ ନେଇଯାଇଥିଲେ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କଲାପରେ ଜଣା ପଡିଲା କି ଗୋଡ଼ରେ କ୍ୟାନ୍ସର ହେଇଯାଇଛି ଏଥିଲାଗି ବହୁ ଟଙ୍କା ଖର୍ଚ୍ଚ ହେବ ଶଙ୍କରର ବାପା ଜଣେ ଗରିବ ଦିନ ମଜୁରିଆ ହୋଇ ଥିବାରୁ ଏତେ ଗୁଡିଏ ଟଙ୍କା କେଉଁଠୁ ଆଣିବି କହି ନିଜର ଥିବା ଜମିକୁ ବିକ୍ରି କରି ପୁଅରଚିକିତ୍ସା ଆରମ୍ଭ କରିଥିଲେ ଏମିତି କିଛି ଦିନ ଚିକିତ୍ସା ପରେ ଡାକ୍ତର କହିଥିଲେକି ଶଙ୍କରର ଗୋଡ଼ ଟିକୁ ଯଦିଓ କଟା ନଯାଏ ତେବେ ଆମେ ତାକୁ ବଞ୍ଚେଇପାରିବୁନାହିଁ ।ଶେଷରେ ଶଙ୍କରର ବାମ ଗୋଡଟି କାଟିଥିଲେଡାକ୍ତର ଏବଂ କିଛି ଦିନ ରହିଲା ପରେ ଘରକୁ ଆସିଥିଲେ।ଏବେ ଶଙ୍କର ନିଜ କାମ ନିଜେକରିବା ପାଇଁ ବାପା ମା ଙ୍କ ସାହାରା ଲୋଡୁଛନ୍ତି । ଶଙ୍କରର ପରିବାରରେଏକ କୁତ୍ରିମ ଗୋଡ଼ ଲଗାଇବାର ସକ୍ଷମ ନଥିବା ବେଳେ  ।

ଏକ କୁତ୍ରିମ ଗୋଡ଼ ଲଗାଇବାକୁ ବହୁବାର ସରକାରୀ ଅଫିସକୁ ଗଲେଣି ଦୁର୍ଯ୍ୟୋଧନ ହେଲେ ଗୋଡ଼ ଲଗାଇବା ପାଇଁ ହେଲେ ସରକାରୀ ଅଫିସର କହୁଛନ୍ତି ତମ ପୁଅ ଭିନ୍ନକ୍ଷମ ବୋଲି ପ୍ରମାଣ ପତ୍ର ଆଣ ଆଣିଲେ କଣ ଗୋଟିଏ କରିବା ବୋଲି କହିଛନ୍ତି ସରକାରୀ ବାବୁ ମାନେ ବୋଲି ଶଙ୍କରରବାପା କହୁଛନ୍ତି । ମାତ୍ର ଶଙ୍କର ର ଗୋଟିଏ ଗୋଡ଼ ନଥାଇ ମଧ୍ୟ ଏକ ବର୍ଷ ବିତିଯାଇଥିଲେ ବି ଶଙ୍କର କୁ ଏପର୍ଯ୍ୟନ୍ତ ଗୋଟେ ଭିନ୍ନକ୍ଷମ (handi capped} ସାଠିପିକେଟ୍ ମିଳିପାରିଲା ନାହିଁ ।ଶଙ୍କର ବାପା ଓ ତାଙ୍କ ମାଆଙ୍କ କହିବା ଅନୁଯାୟୀ ଯଦିଓ କୌଣସି ବେସରକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏକ କୃତ୍ରିମ ଗୋଡ଼ ଲଗେଇ ଦିଅନ୍ତେ ତାହେଲେ ଆମ ପୁଅ ତା ନିଜ କାମ ନିଜେ କରିପରନ୍ତା । 

Related Posts

About The Author

Add Comment