ଥାଲକୁଡ଼ି ପୂର୍ତ୍ତ ବିଭାଗ ଡାକବଙ୍ଗଳା ବାଉଁଣ୍ଡରୀ ନିର୍ମାଣରେ ଅନିୟମିତତା ଅଭିଯୋଗ: କାମ ଶେଷ ପୂର୍ବରୁ ଫାଟିଗଲା କାନ୍ଥ, ତଦନ୍ତ ଦାବି

Spread the love

ଯାଜପୁର ୨୫/୩/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ସଦର,  : ବଦଳିଛି ସରକାର | ବଦଳିନି ଶାସନ ବ୍ୟବସ୍ତା | ପୂର୍ବଭଳି ସରକାରୀ ଅଧିକାରୀ ମାନେ ନିଜର ଇଚ୍ଛାମୁତାବକ କରୁଛନ୍ତି କାର୍ଯ୍ୟ | କେତେକ କ୍ଷେତ୍ରରେ ଦୁର୍ନୀତି ଗ୍ରସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ପାଇଁ ଏବେବି ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ୱଛତା ରହୁନଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ଏଥିସହ ଲାଭଖୋର ଠିକାଦାର ମାନେ ନିମ୍ନ ମାନର କାର୍ଯ୍ୟ କରି ବିଭାଗୀୟ ଅଧିକାରୀ ମାନଙ୍କୁ ଅଧିକ ପରିମାଣରେ ପିସି ଦେଇ ବିଲ ନେବାରେ ସଫଳ ହେଉଥିବା ବେଳେ ଯେଉଁ ଉଦେଶ୍ୟ ନେଇ ସରକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯାଉଛି ତାହାର ସୁଫଳ ପାଇବାରୁ ଜନସାଧାରଣ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଛି | ଏମିତି ଏକ ଅଭିଯୋଗ ଆସିଛି ଦଶରଥପୁର ବ୍ଲକ ଥାଲକୁଡ଼ି ଷ୍ଠିତ ପୂର୍ତ୍ତ ବିଭାଗ ଅଧିନ ଡାକବଙ୍ଗଳା ସମ୍ମୁଖ ଗଡିଆରେ ବାଲି ଫିଲିଙ୍ଗ ଓ ପ୍ରାଚିର ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ | ଯାଜପୁର-କୟାଁଗୋଲା ୨0 ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ପୂର୍ତ୍ତ ବିଭାଗ ଡାକବଙ୍ଗଳାର ସମ୍ମୁଖ ଭାଗରେ ଥିବା ଗଡିଆରେ ବାଲି ଫିଲିଙ୍ଗ ସହ ପ୍ରାଚିର ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବା ପାଇଁ ମିଳିଛି | ମାତ୍ର ବାଲି ଫିଲିଙ୍ଗ ସାଙ୍ଗକୁ ପ୍ରାଚିର ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ କେତେଟଙ୍କା ବ୍ୟୟ ଅଟକଳ କରାଯାଇଛି ସେଥିନେଇ କୌଣସି ସୂଚନା ଫଳକ ମରାଯାଇ ନଥିବାବେଳେ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ମଧ୍ୟ ନଥିବା ଦେଖିବା ପାଇଁ ମିଳିଛି | ସରକାରଙ୍କ ନିୟମ ଅନୁଯାଇ ଯେକୌଣସି ସରକାରୀ କାର୍ଯ୍ୟ କରାଯିବ କାର୍ଯ୍ୟ କରାଯିବା ପୂର୍ବରୁ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ସମ୍ପର୍କିତ ଏକ ସୂଚନା ଫଳକ (ବୋର୍ଡ ) ମରାଯିବାର ନିୟମ ରହିଥିଲେ ମଧ୍ୟ ଏହି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କରି ଠିକାଦାର କାର୍ଯ୍ୟ କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ଏପରିକି ତରବରିଆ ଭାବେ ବାଲି ଫିଲିଙ୍ଗ କରିବା ସହ ପ୍ରାଚିର ନିର୍ମାଣ କାର୍ଯ୍ୟ କରାଯାଉଥିବା ସମୟରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଏହି କାର୍ଯ୍ୟକୁ ବିରୋଧ କରାଯାଇ ଥିଲା | ମାତ୍ର କାର୍ଯ୍ୟ କରୁଥିବା ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ମାନଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେଇ ବେପରୁଆ ଭାବେ ନିମ୍ନମାନର ଭାବେ କାର୍ଯ୍ୟ କରିଥିଲେ | ଗଡିଆରେ ପାଣି ଭର୍ତ୍ତି ଥିବା ବେଳେ ପାଣି ଭିତରେ ଢ଼ଳେଇ କାର୍ଯ୍ୟ କରା ଯାଇଥିବା ବେଳେ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିଲା | ସେହିପରି ଗଡିଆରେ ଯେଉଁ ବାଲି ଫିଲିଙ୍ଗ କରାଯାଇଛି ସେହି ମାଟି ମିଶା ବାଲିରେ ଢ଼ଳେଇ କାର୍ଯ୍ୟ କରାଯାଉଥିବା ବେଳେ ଢ଼ଳେଇ କାର୍ଯ୍ୟରେ ନିୟମ ଅନୁଯାଇ ସିମେଣ୍ଟ ବ୍ୟବହାର କରାନଯାଇ ଅତି ନିମ୍ନ ମାନର ଭାବେ ଢ଼ଳେଇ କାର୍ଯ୍ୟ କରାଯାଇ ଥିଲା | କାର୍ଯ୍ୟ କରାଯାଇ ଥିବା ସମୟରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରିନଥିବାରୁ ଠିକାଦାର ଜଣକ ମନଇଚ୍ଛା କାର୍ଯ୍ୟ କରିଥିଲେ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି | ସେହିପରି ଏହି ବାଉଁଣ୍ଡରୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ କିଛିଦିନ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି | ମାତ୍ର ବାଉଁଣ୍ଡରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ବର୍ତ୍ତମାନ ନିର୍ମାଣ ଧିନ ବାଉଁଣ୍ଡରୀର ଅଧିକାଂଶ ସ୍ଥାନରେ କାନ୍ଥ ଗୁଡିକ ଫାଟି ଯାଇଥିବା ଦେଖିବା ପାଇଁ ମିଳିଛି | ସରିନି କାର୍ଯ୍ୟ ଓ ହୋଇଥିବା କାର୍ଯ୍ୟର ହୋଇନି ବିଲ ଇତି ମଧ୍ୟରେ ବାଉଁଣ୍ଡରୀ ଫାଟି ଅଁl | ଏଥିପାଇଁ ଠିକାଦାର ନାଁ ବିଭାଗୀୟ ଅଧିକାରୀ ଦାୟୀ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳ ବାସି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଜାତୀୟ ରାଜପଥରୁ ମାତ୍ର ୧0-୧୫ ଫୁଟ ଛାଡି କିପରି ପ୍ରାଚିର ନିର୍ମାଣ କରାଯାଉଛି ଏହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଜାତୀୟ ରାଜପଥକୁ ଲାଗି ଏହି ପ୍ରାଚିର ନିର୍ମାଣ କରିବା ପାଇଁ କିଏ ଅନୁମତି ପ୍ରଦାନ କରିଛନ୍ତି ତାହାକୁ ନେଇ ଏବେ ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ସେହିପରି ସରକାରୀ ନିୟମ ଅନୁଯାଇ ୫ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟ ହେବାକୁ ଥିଲେ ତାହା ଟେଣ୍ଡର ମାଧ୍ୟମରେ କରାଯାଇଥାଏ | ମାତ୍ର ଏଠାରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏତେ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ନକରି ବିନା ଟେଣ୍ଡରରେ ଏଫ-୨ ମାଧ୍ୟମରେ ଏହି କାର୍ଯ୍ୟ କରିବା ପଛରେ କାହାର ହାତ ରହିଛି ଓ କାହା ନିର୍ଦେଶରେ ଏପରି କାର୍ଯ୍ୟ କରାଯାଉଛି ଏଥିନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ | ତେବେ ଏଠାରେ ପ୍ରଶ୍ନ ଆସେ ଏତେ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ନକରି ଏଭଳି ଏଫ-୨ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ କିଏ ଅନୁମତି ପ୍ରଦାନ କରିଛନ୍ତି ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ବିଭାଗୀୟ ଅଧିକାରୀ ମାନଙ୍କ ମୁନଫାଖୋର ନିତି ତଥା ଠିକାଦାର ପ୍ରୀତି ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଆଲୋଚନାର ବିଷୟଵସ୍ତୁ ସାଜିଛି | ତେବେ ବର୍ତ୍ତମାନ ସରକାର ବଦଳି ଥିଲେ ମଧ୍ୟ ପୂର୍ବଭଳି ବିଭାଗୀୟ ଅଧିକାରୀ ମାନଙ୍କ ଲାଭଖୋର ମନୋବୃତି ବଦଳି ନଥିବା ଅଭିଯୋଗ ହୋଇଛି | ତେବେ ପୂର୍ତ୍ତ ବିଭାଗର ଏହି ଡାକବଙ୍ଗଳାଟି ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଯାଉଥିବା ବେଳେ ବର୍ତ୍ତମାନ ଏଠାରେ ପ୍ରମିଳା ମଲ୍ଲିକ ବିରୋଧୀ ଦଳର ବିଧାୟକା ରହିଛନ୍ତି | ସେହିପରି ପ୍ରମିଳାଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ବିଜେପି ନେତ୍ରୀ ବବିତା ମଲ୍ଲିକ ଏଠାରେ ସରକାରୀ ଦଳର ମୁଖ୍ୟ କାର୍ପଟଦାର ସାଜିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ବିଧାୟିକା ପ୍ରମିଳା ନାଁ ବିଜେପି ନେତ୍ରୀ ବବିତାଙ୍କ ଇଙ୍ଗିତରେ ଏହି କାର୍ଯ୍ୟ କରାଯାଉଛି ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଜୋର ଧରିଛି | ଏଠାରେ ପ୍ରଶ୍ନ ଆସେ ପ୍ରମିଳା ୭ ଥରର ବିଧାୟିକା ଏବଂ ଜଣେ ଟାଣୁଆ ନାରି ନେତ୍ରୀ ଜଦି ପ୍ରମିଳା ଏ କାର୍ଯ୍ୟ ସମ୍ପର୍କରେ କିଛି ଜାଣି ନାହାଁନ୍ତି ତାହେଲେ ପ୍ରମିଳା ଏଥିନେଇ ଚୁପ କାହିଁକି | ସେହିପରି ଜଦି ବବିତା ମଧ୍ୟ କାର୍ଯ୍ୟ ସମ୍ପର୍କରେ କିଛି ଜାଣି ନାହାଁନ୍ତି ତାହେଲେ ଏଭଳି ନିମ୍ନ ମାନର କାର୍ଯ୍ୟ ଏବଂ ବେଆଇନ ଭାବେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ବିଜେପି ନେତ୍ରୀ ବବିତା ଚୁପ ରହିବାକୁ ନେଇ ଏବେ ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏଭଳି ବେଆଇନ ଓ ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ କେଉଁ ନେତ୍ରୀ ମୁହଁ ଖୋଲୁଛନ୍ତି ତାହା ଦେଖିବାକୁ ଜନସାଧାରଣ ଚାତକ ପରି ଚାହିଁ ବସିଛନ୍ତି | ତେବେ ଯାଜପୁର ଜିଲ୍ଲପାଳ ଓ ବିଭାଗୀୟ ଉଚ୍ଚ କତୃପକ୍ଷ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ କରାଯାଉଥିବା କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି

Related Posts

About The Author

Add Comment