ସମ୍ବଲପୁର ତା ୧୩/୦୨/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଯୋରଦାର କରିବା ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନି ମାନେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ପ୍ରାର୍ଥୀ ଓ ପ୍ରାର୍ଥୀନି ମାନେ ଘର ଘର ବୁଲି,ବାଇକ ରାଲି କରି,ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଛନ୍ତି। ଲୋକମାନଙ୍କ ସୁବିଧା ଅସୁବିଧା କଥା ଶୁଣି ଆଗକୁ ବଢ଼ିବାରେ ସହଯୋଗ କରିବା ପାଇଁ ଲୋକଙ୍କ ଠାରୁ ଭୋଟଭିକ୍ଷା କରୁଥିବାର ଦୃଶ୍ୟ ଆମର ନଜର ଆସିଛି ।ଏଥର ପଞ୍ଚାୟତରେ ତିନିଜଣ ମହିଳା ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। 🌞 ସୂର୍ଯ୍ୟ ଚିହ୍ନରେ ରୀତା ସାହୁ ପ୍ରତିଦ୍ବନ୍ଦିତା କରୁଛନ୍ତି ତାଙ୍କର ପ୍ରଚାର ପ୍ରସାର ଅନେକଙ୍କ ମନରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। ସେ ମଧ୍ୟ ଜଣାଶୁଣା ବିଜେଡି ନେତା ନରେନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଅଟନ୍ତି । ସେହିପରି ତାଙ୍କର ପଛରେ 🐟 ମାଛ ଚିହ୍ନରେ ରାଜନୈତିକ ଜୀବନ ମଧ୍ୟରେ ବହୁ ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଗଣେଶ ତାଣ୍ଡିଆ ଧର୍ମପତ୍ନୀ ଆରତୀ ତାଣ୍ଡିଆ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛନ୍ତି। ତାଙ୍କ ପଛକୁ ଅଛନ୍ତି ଗତଥର ବିଜୟର ସ୍ଵାଦ ପାଇବାରୁ ବଞ୍ଚିତ ଥିବା ଯୁବନେତା ତୁଷାର ଭୋଇଙ୍କ ଧର୍ମପତ୍ନୀ ଅନୁଜା ଭୋଇ 📖 ଖୋଲା ବହି ଚିହ୍ନରେ ମୋହର ମାରି ସରପଞ୍ଚ ଦାୟିତ୍ୱ ତୁଲାଇବା ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି। ଏଥର ଲୋକମାନଙ୍କ ପାଇଁ ଯେଉଁଁ ପ୍ରାର୍ଥୀ ତାଙ୍କର ସୁଖ ଦୁଃଖରେ ରହିବା ସହିତ ତାଙ୍କ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ କରିବ ତାହା ସପକ୍ଷରେ ମତ ଦେବେ ବୋଲି କହିଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିଛନ୍ତି ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ
|
February 14, 2022 |
