ହାଇଦ୍ରାବାଦ, ୧୧/୧୨ (ସନ୍ଧାନ ନିୟୁଜ): ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍) ଚଳିତ ନିର୍ବାଚନରେ ମଧ୍ୟ ସ୍ପଷ୍ଟ ବହୁମତ ହାସଲ କରିବା ସହ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛି। ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ମଧ୍ୟରୁ ଟିଆରଏସ୍ ୮୭( ୭୦ ବିଜୟୀ ଓ ୧୭ରେ ଆଗୁଆ), କଂଗ୍ରେସ ୧୯ (୧୬ ବିଜୟୀ ଓ ୧ ଆଗୁଆ) , ବିଜେପି ୧ (ବିଜୟୀ) ଓ ଅନ୍ୟାନ୍ୟ ୧୨ ( ୭ ବିଜୟୀ ଓ ୫ ଆଗୁଆ) ଆସନ ହାସଲ କରିଛନ୍ତି । ତେଲେଙ୍ଗାନାରେ ଟିଆରଏସ୍ ସପକ୍ଷରେ ମତଦାତା ରହିଥିବା ଜାଣିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରାଜ୍ୟ ବିଧାନସଭାକୁ ଭାଙ୍ଗିଦେବା ସହ ରାଜ୍ୟରେ ଆଗୁଆ ନିର୍ବାଚନ କରାଇଥିଲେ। ଏବଂ ଯେଉଁ ଆଶା ରଖି ଟିଆର୍ଏସ୍ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଆଗୁଆ ନିର୍ବାଚନ କରାଇଥିଲେ, ତାହାର ସୁଫଳ ମଧ୍ୟ ତାଙ୍କୁ ମିଳିଛି।
ତେଲେଙ୍ଗାନା : ଗୋଲାପି ଗାଡ଼ିକୁ ଗ୍ରିନ୍ ସିଗନାଲ୍, ସରକାର ଗଢ଼ିବ ଟିଆରଏସ୍
|
December 11, 2018 |


