ସୁନ୍ଦରଗଡ଼ ତା:୧୮/୧୨/୨୦୨୧( ସନ୍ଧାନ ନିଉଜ/ରାନୁ ପଟେଲ) ଗତ କିଛି ଦିନରୁ ବାଲିସଙ୍କରା ବ୍ଲକ ତିଳଡେଗା ପଞ୍ଚାୟତରେ ହାତୀର ଉପଦ୍ରବ ବଢ଼ିବାରେ ଲାଗିଛି । କିଛି ଦିନତଳେଏହି ଅଞ୍ଚଳରେ ଦୁଇଜଣଙ୍କ ଜୀବନ ଚାଲିଯାଇଥିବାବେଳେ ପଞ୍ଚାୟତ ଗୋଦାମଘର ସଟର ଭାଙ୍ଗି
ଚାଉଲ ଓ ଗହମ ଖାଇ ଅନେକାଂଶରେ କ୍ଷୟକ୍ଷତି ଘଟାଇଥିଲା । ସନ୍ଧ୍ୟା ସମୟରୁ ଏହି ଅଞ୍ଚଳରେ ହାତୀ ପଶିଆସିବାରୁ ଜନସାଧାରଣଙ୍କ ମନରେ ଆତଙ୍କ ଖେଳିବା ସହିତ କେତେକ ଲୋକଙ୍କ ଘର ଭାଙ୍ଗିବା ସୂଚନା ମିଳିଛି । ଆଜି ଭୋର ପାଞ୍ଚଟା ସମୟରେ ଜବଲାଡିହି ଗ୍ରାମର ପ୍ରଶାନ୍ତ ପୂଝାରି ଘରକୁ ଭାଙ୍ଗିବା ସହିତ ଧାନ ନଷ୍ଟ କରିବା ସହିତ ଘରେ ସୋଇଥିବା ଲୋକଙ୍କୁ ଆକ୍ରମଣ କରିବାକୁ ପ୍ରୟାସ କରିଥିବା ବେଳେ
ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ସହିତ ଅଂଚଳର ଆଉ ଦୁଇଟି ଘର ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଏହି ପରିପେକ୍ଷିରେ ଅଞ୍ଚଳବାସୀ ଲାଇଟ ଓ ବାଣ ମାଧ୍ୟମରେ ଘଉଡାଇବାକୁ ଚେଷ୍ଟା କରିଥିବା ବେଳେ ହାତୀପଲ ଜଙ୍ଗଳମୁହାଁ ହୋଇଥିବା ସୂଚନା ମିଳିଛି । ଏଥିରେ ବନ ବିଭାଗ ଦୃଢ଼ କାର୍ଯଅନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ତିଲଡେଗା ପଞ୍ଚାୟତରେ ବଢୁଛି ହାତୀର ଆତଙ୍କ, ଭାଙ୍ଗିଲା ଅନେକ ଘର
|
December 19, 2021 |



