ତହସିଲଦାରଙ୍କ ପକ୍ଷରୁ ୧ହାଇୱା, ୩ବାଲି ବୋଝେଇ ଟ୍ରାକ୍ଟର ଜବତ,୩୦ହଜାର ଜୋରିମାନା ଆଦାୟ

Spread the love

ରସୁଲପୁର,୨/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ପକ୍ଷରୁ ଆଜି ଅପରାହ୍ନରେ ୪ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛନ୍ତି । ସେଥି ମଧ୍ୟରେ ଗୋଟିଏ ହାଇୱା ଓ ୩ଟି ଟ୍ରାକ୍ଟର ସ୍ଥାନ ପାଇଛି । ଉକ୍ତ ଗାଡିକୁ ଠାରୁ ତହସିଲଦାର ୩୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ତହସିଲଦାର ଶ୍ରୀ ଭୁଜବଳ କୋଳଥଳ ସ୍ଥିତ ମାଟ୍ରିକ ପରୀକ୍ଷା ନୋଡାଲ କେନ୍ଦ୍ର ପରିଦର୍ଶନ କରି ଫେରୁଥିବା ବାଟରେ ଭୋଟକା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ କାବୁ କରିଥିଲେ । ଟ୍ରାକ୍ଟର ନିକଟରେ ଆର ଫର୍ମ ନଥିଲା । ଏଥିସହ ସେମାନେ ବାଲି ଚାଲାଣ ସଂପର୍କରେ ଆଇନଗତ ଦିଗ ସଂପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ଉକ୍ତ ଟ୍ରାକ୍ଟରକୁ ତହସିଲ ନିକଟକୁ ଆଣିଥିଲେ । ପରେ କୁଆଖିଆ ବାଜର ନିକଟରୁ ହାଇୱା ଓ ଅନ୍ୟ ଦୁଇଟି ଟ୍ରାକ୍ଟରକୁ ଜବତ କରିବାକୁ ସକ୍ଷମ ହୋଇଥିଲେ । ଉକ୍ତ ବାଲି ଚାଲାଣ ବେଆଇନ ବୋଲି ଜଣାପଡିଥିଲା । ଏ ସମସ୍ତ ଗାଡିକ ମଧ୍ୟରୁ ଗୋଟିଏ ଟ୍ରାକ୍ଟରରୁ ୬ ହଜାର ଟଙ୍କା ଓ ଅନ୍ୟ ତିନିଟି ଗାଡିରୁ ୮ହଜାର ଟଙ୍କା ଲେଖାଏଁ ମୋଟ ୩୦ହଜାର ଟଙ୍କ ଜରିମାନା ଆଦାୟ କରିବା ପରେ ଗାଡି ଗୁଡିକୁ ଛାଡି ଦେଇଥିଲେ । ଏହାଛଡା ତହସିଲ ଅଧିନରେ ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି । ଖରାଦିନ ପୂର୍ବରୁ ସମସ୍ତ ଇଟାଭାଟି ଗୁଡିକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି କରିଛନ୍ତି । ଏ ନେଇ ତହସିଲ ପକ୍ଷରୁ ସମସ୍ତ ଇଟାଭାଟି ମାଲିକଙ୍କୁ ନୋଟିସ ଜାରି କରାଯାଇ ଚେତେଇ ଦିଆଯିବ ବୋଲି ସୂଚନା ମିଳିଛି ।(

Related Posts

About The Author

Add Comment