ତହସିଲଦାର – ଖଣି ମାଫିଆ ଲିଙ୍କ୍ ଘଟଣା

Spread the love

ବାରିପଦା ୦୧/୦୮/୨୦୨୦ (ସନ୍ଧାନ ନିଉଜ):- ମୟୁରଭଞ୍ଜ ଜିଲ୍ଲା ବେତନଟୀ ତହସିଲ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ଓ ଖଣିଜ ମାଫିଆଙ୍କ ଲିଙ୍କ ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଖଣିଜ ମାଫିଆଙ୍କ ସହ ସମ୍ପୃକ୍ତି, ବଟି ଆଦାୟ ଆଦି ସଙ୍ଗୀନ ମାମଲାରେ ଛନ୍ଦି ହୋଇ ବାବାଦୀୟ ସ୍ଥିତିରେ ଏଠାରୁ ବଦଳି ହୋଇଥିବା ଓ ପରେ ନିଲମ୍ବିତ ହୋଇଥିବା ତତ୍କାଳୀନ ତହସିଲଦାର ଅନିଶା ଦାସଙ୍କ ଗିରଫଦାରୀ ପାଇଁ ଅଡ଼ି ବସିଛି ଜିଲ୍ଲା ବିଜେପି । ଏଥିସହ ଏହି ସମ୍ପୂର୍ଣ୍ଣ ଘଟଣାରେ ଶାସକ ଦଳର କିଛି ଲୋକଙ୍କ ସମ୍ପୃକ୍ତି ଥିବା ଦଳ ଅଭିଯୋଗ ଆଣିଛି । ଖଣିଜ ଚାଲାଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଧାରଣାରେ ଦଳର ୩ଜଣ ବିଧାୟକଙ୍କ ସହ ଜିଲ୍ଲା ସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ବେତନଟୀ ଓ ବଡ଼ସାହି ବ୍ଲକ୍ ଅଞ୍ଚଳରୁ କୋଟି କୋଟି ଟଙ୍କାର ଖଣିଜ ଲୁଟ୍ ହୋଇଛି। ଅଧିକାରୀ ଓ ଶାସକ ଦଳର ନେତାଙ୍କ ଛତ୍ରଛାୟାରେ ରହି ମାଫିଆମାନେ ଏହି ଲୁଟ୍ କରିଛନ୍ତି ବୋଲି ଅଭିଯୋଗ ଆଣି ଗର୍ଜିଥିଲେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ସାରସକଣା ବିଧାୟକ ଡା. ବୁଡ଼ାନ ମୁର୍ମୁ ଖୋଦ୍ ରାଜସ୍ବ ମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାରୁ ହୋଇଥିଲେ ବି ଏଠାରେ ଅବାଧ ଖଣିଜ ଲୁଟ୍ ଓ ଅଭିଯୁକ୍ତ ଖୋଲାରେ ବୁଲିବା ଲଜ୍ଜାଜନକ । କଥା ବୋଲି କହିଥିଲେ ବିଜେପି ଜିଲ୍ଲା(ପୂର୍ବ) ସଭାପତି କାନ୍ଦ୍ରା ସୋରେନ ତତ୍କାଳୀନ ତହସିଲଦାର ଜାତୀୟ ରାଜପଥ କ୍ଷତିପୂରଣ ଦେବା ଆଳରେ ମୋଟା ଅଙ୍କର ବଟି, ଲିଜ୍ ଜମି ଦେବାରେ ଘୋଟାଲା, ଦେବୋତ୍ତର ଜମିରୁ ଲଘୁ ଖଣିଜ ଲୁଟରେ ସମ୍ପୃକ୍ତ ଥିବା ସେ ଅଭିଯୋଗ ଆଣିଥିଲେ। ଏଭଳି ଜଣେ ଅଧିକାରୀଙ୍କୁ କଣ ପାଇଁ ଏ ଯାଏ ଗିରଫ କରାଯାଇନି ବୋଲି ଅଭିଯୋଗ କରି ମୁଣ୍ଡରେ କଳାପଟି ବାନ୍ଧି ବିଧାୟକ ଓ ନେତାମାନେ ଧାରଣା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ପରେଶଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହ ବେହେରା, ସଂଯୁକ୍ତା ରାଉତ, ଜିଲ୍ଲା ସମ୍ପାଦକ ବୀରେନ୍ଦ୍ର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷ କାଳିଚରଣ ସୋରେନ, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ରାଜକିଶୋର ସାହା,ମାନସ ଗିରି, ସୁବାସ ଦ୍ବିବେଦୀ, ସବେଶ୍ବର ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୀପ ପରିଡ଼ା, ବୈଶିଙ୍ଗା ମଣ୍ଡଳ ସମ୍ପାଦକ ସୁଦର୍ଶନ ନାୟକ, ରଘୁପୁର ମଣ୍ଡଳ ସମ୍ପାଦକ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ । ଖବରପାଇ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ଭାରପ୍ରାପ୍ତ ତହସିଲଦାର ନମିତା ଧଳ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପ୍ରମୁଖ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ତେବେ ଅନିଶା – ଦାସଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ ୩ ବିଧାୟକ ରାତିରେ ସେମାନେ ଧାରଣାସ୍ଥଳରୁ ଉଠିଥିବା ବେଳେ ଆସନ୍ତାକାଲି ଦିନରେ ପୁଣି ଧରଣାରେ ବସିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ବିଜୁଳି  ।

Related Posts

About The Author

Add Comment